ନୂଆଦିଲ୍ଲୀ, ୯/୩ : ଟି-୨୦ ବିଶ୍ବକପର ପ୍ରଥମ ତିନି ମ୍ୟାଚରେ ଜିରୋ। ଖାତା ଖୋଲି ପାରିଲେନି ଟି-୨୦ କ୍ରିକେଟର ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା । କିନ୍ତୁ ଫାଇନାଲ ମୁକାବିଲାରେ ତାଙ୍କ ବ୍ୟାଟ୍ ଗର୍ଜିଥିଲା । ମାତ୍ର ୨୧ ବଲରୁ ୫୨ ରନର ବିସ୍ଫୋରକ ପାଳି ଖେଳିଥିଲେ । ଯାହାକି ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲା । ସାଥୀ ଓପନର ସଞ୍ଜୁଙ୍କ ସହ ପାଓ୍ବାର ପ୍ଲେରେ ୯୨ ରନର ପାର୍ଟନରସିପ ମଧ୍ୟ କରିଥିଲେ । ଆଉ ଭାରତ ବଡ଼ ସ୍କୋର କରିବା ସହ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ତୃତୀୟଥର ପାଇଁ ଟି-୨୦ ବିଶ୍ବକପ ଜିତିଛି । ତେବେ ନୀରବ ରହିଥିବା ଅଭିଷେକଙ୍କ ବ୍ୟାଟରୁ ବଡ଼ ସ୍କୋର ପଛର କାରଣ କହିଛନ୍ତି ସେ।
ଫାଇନାଲ ମ୍ୟାଚରେ ବ୍ୟାଟ ମାଗିଥିଲେ
ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନିଜ ବ୍ୟାଟ ନୁହେଁ ମାଗିକି ଖେଳିଥିଲେ ଅଭିଷେକ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବଡ଼ ବଡ଼ ସଟ୍ ମାରିଥିବା ଶିଭମ ଦୁବେଙ୍କ ବ୍ୟାଟ ମାଗିଥିଲେ ଅଭିଷେକ । ଆଉ ସେ ଦୁବେଙ୍କ ବ୍ୟାଟ ନେଇ ମଇଦାନକୁ ଯାଇଥିଲେ । ଆଉ ବଡ଼ ବଡ଼ ସଟ୍ ଖେଳିବା ସହ ୫୨ ରନର ପାଳି ଖେଳିଥିଲେ । ଯେଉଁଥିରେ ୩ ଛକା ଏବଂ ୬ ଚୌକା ରହିଛି । ସକାଳେ ଭାବିଥିଲି କି, ଆଜି ଫାଇନାଲରେ କିଛି ନୂଆ କରିବାକୁ ପଡ଼ିବ । ମୋ ସହ ଗିଲ ନଥିଲେ । ତେଣୁ କାହା ବ୍ୟାଟ୍ ମାଗିବି ବୋଲି ଭାବିଥିଲି ଆଉ ଦୁବେଙ୍କଠାରୁ ବ୍ୟାଟ୍ ମାଗି ଖେଳିଥିଲି ଆଉ ସଫଳ ହେଲି ଧନ୍ୟବାଦ ଦୁବେ ।
ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ
ଦୁବେଙ୍କ ବ୍ୟାଟରେ ବଡ଼ ବଡ଼ ସଟ୍ ମାରିବା ସହ ରେକର୍ଡ ଅର୍ଜନ କରିଛନ୍ତି ଦୁବେ । ଫାଇନାଲ ମୁକାବିଲାରେ ସେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକି ୨୦୨୬ ଟି-୨୦ ବିଶ୍ବକପରେ ଦ୍ରୁତତମ ଅର୍ଦ୍ଧଶତକ । ଅଭିଶେକ ଶର୍ମା ଏବଂ ସଞ୍ଜୁ ସାମସନ ଓପନିଂ ପାର୍ଟନରସିପ ୯୮ ରନ କରିଥିଲେ । ଭାରତକୁ ଦ୍ରୁତ ଆରମ୍ଭ ଦେଇଥିବା ଏହି ଦୁଇ ଖେଳାଳିଙ୍କୁ ପରେ ସାଥ୍ ଦେଇଥିଲେ ଇଶାନ କିଷନ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅଭିଷେକଙ୍କ ବ୍ୟାଟ୍ ନିରବ ରହିଥିଲା । ଯେଉଁ କାରଣୁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଥିଲା । ଏମିତିକି ଫାଇନାଲରେ ଖେଳିବେ କି ନାହିଁ ଏହାକୁ ନେଇ ଅନେକ କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଶେଷରେ ନିଜର ଦବଦବା ଜାହିର କରି ବିଶ୍ବର ନମ୍ବର ଓ୍ବାନ୍ ଟି-୨୦ ବ୍ୟାଟ୍ସମ୍ୟାନ ସମସ୍ତଙ୍କ ମୁହଁ ଚୁପ୍ କରି ଦେଇଛନ୍ତି ।
ଏହାସହ ପଢ଼ନ୍ତୁ : ଭାରତ ବିଜୟର ବଡ଼ ମନ୍ତ୍ର, ଗମ୍ଭୀର କହିଲେ କେମିତି ଆରମ୍ଭ କଲେ ଯୋଜନା