ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ବିଦେଶରେ ରିଲିଜ୍‌ ହେବ ‘ଅବୀର ଗୁଲାଲ’, ପାକ୍‌ କଳାକାରଙ୍କ ଉପରେ କଟକଣା ଯୋଗୁ ଭାରତରେ ହେଲା ବ୍ୟାନ୍‌

Published By : Krishna Priya | August 13, 2025 8:50 AM

ନୂଆଦିଲ୍ଲୀ ୧୩/୦୮: ଲମ୍ବା ବିବାଦ ପରେ ଆସନ୍ତା ୨୯ ତାରିଖରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ଫୱାଦ ଖାନ୍‌ ଓ ବାନି କପୁରଙ୍କ ଫିଲ୍ମ ‘ଅବୀର ଗୁଲାଲ’ । କିନ୍ତୁ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ପାକ୍‌ କଳାକାରଙ୍କ ଉପରେ କଟକଣା ଯୋଗୁ ଫିଲ୍ମଟି ଭାରତରେ ରିଲିଜ୍‌ ହେବ ନାହିଁ । ରିଲିଜ୍‌ ତାରିଖ ଘୋଷଣା ହେବା ପରେ ଅଲ୍‌ ଇଣ୍ଡିଆ ସିନେ ୱର୍କର୍ସ ଆସୋସିଏସନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହାକୁ ଦେଶଦ୍ରୋହ ବୋଲି ଦର୍ଶାଇ ବାନି କପୁର ଓ ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ନାଗରିକତା ରଦ୍ଦ କରିବାକୁ ଦାବି କରିଛି । ବିବାଦ ଓ ବ୍ୟାନ୍‌ ଯୋଗୁ ବାନି ନିଜ ଔପଚାରିକ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ଫିଲ୍ମ ସହ ସଂଶ୍ଳିଷ୍ଟ ସମସ୍ତ ବିଷୟବସ୍ତୁକୁ ହଟାଇ ଦେଇଛନ୍ତି । ରିଲିଜ୍‌ ତାରିଖ ଘୋଷଣାରୁ ମଧ୍ୟ ଓହରିଛନ୍ତି । 

ସେହିପରି ‘ଅବୀର ଗୁଲାଲ’ ଭଳି ଦିଲଜିତ ଦୋସାଂଝଙ୍କ ଫିଲ୍ମ ‘ସର୍‌ଦାର ଜୀ-୩’ ମଧ୍ୟ ବିବାଦରେ ଥିଲା । କାରଣ ଫିଲ୍ମରେ ତାଙ୍କ ସହ ପାକ୍‌ ଅଭିନେତ୍ରୀ ହାନିୟା ଆମିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଭାରତରେ ବ୍ୟାନ୍‌ ହେବା ପରେ ନିର୍ମାତା ଫିଲ୍ମକୁ ବିଦେଶରେ ରିଲିଜ୍‌ କଲେ । ଏହା ପରେ ଫିଲ୍ମ ଫେଡେରେସନ୍‌ ଦିଲଜିତଙ୍କୁ ଭାରତରେ ବ୍ୟାନ୍‌ କରିବା ସହିତ ତାଙ୍କ ପାସ୍‌ପୋର୍ଟ ରଦ୍ଦ ପାଇଁ ଦାବି କରିଥିଲା । ଅନେକ ବିରୋଧ ସତ୍ତେ୍ୱ ଫିଲ୍ମ ଗତ ଜୁନ୍‌ ୨୭ରେ ମୁକ୍ତିଲାଭ କଲା ଏବଂ ବ୍ଲକ୍‌ବଷ୍ଟର ହେଲା । ମାତ୍ର ୧୫ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ୧୫୦ କୋଟିରୁ ଅଧିକ ବ୍ୟବସାୟ କଲା । ଏଥିସହିତ ବିଦେଶରେ ସର୍ବାଧିକ ଆୟ କରିଥିବା ପଞ୍ଜାବୀ ଫିଲ୍ମ ହେଇଛି ‘ସର୍‌ଦାର ଜୀ-୩’ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.