ପ୍ୟାରିସ୍, ୧୬।୧୨: ୯୦ ବର୍ଷରେ ସବୁଠୁ ଭୟଙ୍କର ଘୂର୍ଣ୍ଣଝଡ଼ । ଦ୍ୱୀପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ‘ଚିଡୋ’ । ଘୂର୍ଣ୍ଣିବଳୟ ଫଳରେ ଫ୍ରାନ୍ସରେ ହଜାରରୁ ଉର୍ଦ୍ଧ ପ୍ରାଣ ହରାଇଥିବା କହିଛନ୍ତି ଫ୍ରାନ୍ସ ସରକାର । ଘୂର୍ଣ୍ଣଝଡ଼ ପ୍ରଭାବରେ ମୋୟୋଟ ଦ୍ୱୀପ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ମାୟୋଟରେ ଥିବା ଡାକ୍ତରଖାନା, ବିମାନ ବନ୍ଦର ଉପରେ ଘୂର୍ଣ୍ଣଝଡ଼ ଚିଡୋର ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ସରକାର ସୂଚନା ଦେଇଛନ୍ତି ।

ଶନିବାର ଫ୍ରାନ୍ସର ହିନ୍ଦ୍ ମହାସାଗରରେ ମାୟୋଟେ ଦ୍ୱୀପ ଅଞ୍ଚଳକୁ ଘୂର୍ଣ୍ଣଝଡ଼ ‘ଚିଡୋ’ ଧକ୍କା ଦେଇ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିଲା । ଏହି ଘୂର୍ଣ୍ଣିବଳୟ ଦ୍ୱୀପରର ଫ୍ରେଞ୍ଚ ଅଞ୍ଚଳରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିଥିଲା । ଏହି ଘୂର୍ଣ୍ଣିବଳୟ ଦ୍ୱାରା ଫ୍ରାନ୍ସର ଦ୍ୱୀପ ଅଞ୍ଚଳର ବହୁ କ୍ଷୟକ୍ଷତି ଘଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିପର୍ଯ୍ୟୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଘୂର୍ଣ୍ଣି ଝଡ଼ରେ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଫ୍ରାନ୍ସ ସରକାର ସୂଚନା ଦେଇଛନ୍ତି ।

କହିରଖୁ କି, ଶନିବାରର ଫ୍ରାନ୍ସରେ ହୋଇଥିବା ଏହି ଘୂର୍ଣ୍ଣିଝଡ଼ ୯୦ ବର୍ଷ ମଧ୍ୟରେ ମାୟୋଟେକୁ ଆସିଥିବା ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, ମୋର ଚିନ୍ତାଧାରା ମାୟୋଟେରେ ଥିବା ଆମ ଦେଶବାସୀଙ୍କ ସହ ଅଛି, ଯେଉଁମାନେ କିଛି ଘଣ୍ଟା ଅତି ଭୟଙ୍କର ବିପଦ ସହିଛନ୍ତି । କିଛି ଲୋକ ନିଜ ପରିବାରର ସମସ୍ତ ସଦସ୍ୟ ହରାଇଥିବା ବେଳେ ଘୂର୍ଣ୍ଣିଝଡ଼ରେ ଅନେକ ପ୍ରାଣ ହରାଇଛନ୍ତି । ଦକ୍ଷିଣ-ପୂର୍ବ ଭାରତ ମହାସାଗରରେ ଅବସ୍ଥିତ ମାୟୋଟ, ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନର ସବୁଠାରୁ ଗରିବ ଅଞ୍ଚଳ । ଏହି ଅଞ୍ଚଳରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ବହୁତ ଅଧିକ । ଏଥିସହିତ, ଜନସଂଖ୍ୟାର ୭୫ପ୍ରତିଶତରୁ ଅଧିକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି ।