ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସେମାନେ ଗୋଟିଏ ପରିବାରର ବୋଲି କୁହାଯାଉଛି । ଜୟପୁର ଭାଟିକା ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ସମସ୍ତ ଲୋକ ହରିଦ୍ୱାରରୁ ଫେରୁଥିବା ବେଳେ ହଠାତ୍ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡ଼ିଥିଲା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଜୟପୁର ଭାଟିକା ରିଙ୍ଗ ରୋଡରେ ଏହି ଦୁର୍ଘଟଣା ଘଟିଛି। କାରଟି ହଠାତ୍ ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡ଼ିବାରୁ କାରରେ ଥିବା ଲୋକମାନେ ଦୁର୍ଘଟଣାର ଶିକାର ହୋଇଥିଲେ। କାରରେ ଦୁଇଜଣ ଶିଶୁ ଏବଂ ଦୁଇଜଣ ମହିଳା ସମେତ ୭ ଜଣ ଥିଲେ। ଏହି ଦୁର୍ଘଟଣାରେ ୩ ପୁରୁଷ, ୨ ମହିଳା ଏବଂ ୨ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। କାରରେ ଥିବା ଲୋକମାନେ ସେମାନଙ୍କ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରି ହରିଦ୍ୱାରରୁ ଫେରୁଥିଲେ।
ସ୍ଥାନୀୟ ଲୋକମାନେ ଦୁର୍ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସମସ୍ତ ମୃତକଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନେଇଥିଲା। ବର୍ତ୍ତମାନ ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଜୟପୁର ଭାଟିକା ରିଙ୍ଗ ରୋଡରେ ଏକ କାର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସୂଚନା ପାଇବା ପରେ, ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଚକସୁ ଏସିପି ସୁରେନ୍ଦ୍ର ସିଂହ ଏବଂ ଶିବଦାସପୁରା ପୁଲିସ ଷ୍ଟେସନ୍ ଇନଚାର୍ଜ ସୁରେନ୍ଦ୍ର କୁମାର ସାଇନି ସୂଚନା ଦେଇଛନ୍ତି ଯେ, ମୃତକମାନେ ହେଉଛନ୍ତି ରାମରାଜ ବୈଷ୍ଣବ, ପତ୍ନୀ ମଧୁ ଏବଂ ପୁଅ ରୁଦ୍ର ଓ ସମ୍ପର୍କୀୟ କାଲୁରାମ, ତାଙ୍କ ସ୍ତ୍ରୀ ସୀମା ଏବଂ ପୁଅ ରୋହିତ ଓ ଗଜରାଜ । ମୃତକମାନେ ଜୟପୁରର ଫୁଲିଆବାସ କେକ୍ରି ଏବଂ ଭାଟିକାର ବାସିନ୍ଦା ବୋଲି ଜଣାପଡିଛି ।