ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଘରେ ଶୋଇଥିବା ବେଳେ ବାପା ପୁଅଙ୍କ ଉପରକୁ ଏସିଡ ମାଡ, ଜଳିଗଲା ଶରୀର

Published By : Harapriya Sethi | October 19, 2024 11:48 AM

ବାଲିଗୁଡ଼ା,୧୯/୧୦: ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼ । ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଘରେ ପଶି ଏସିଡ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ । ଏସିଡ ମାଡ଼ରେ ବୁଢ଼ା କୁଣ୍ଡେଲ ଗାଁର ମୋହନ ପନ୍ଦର ଏବଂ ତାଙ୍କ ୧୨ ବର୍ଷର ପୁଅ ଅନୁଜ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ବୁଢା କୁଣ୍ଢେଲ ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଢ଼ା କୁଣ୍ଡେଲ ଗାଁର ମୋହନ ପନ୍ଦର ନିଜ ୧୨ ବର୍ଷର ପୁଅ ଅନୁଜଙ୍କ ସହ ଘରେ ଶୋଇଥିଲେ । ରାତି ପ୍ରାୟ ୨ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଦୁବୁର୍ତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିଲେ । ଫଳରେ ଏସିଡ ମାଡରେ ଗୁରୁତର ହୋଇ ଯନ୍ତ୍ରଣାରେ ଚିତ୍କାର କରିଥିଲେ ବାପା ପୁଅ । ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଏକ ଆମ୍ବୁଲାନ୍ସକୁ ଫୋନ୍‌ କରି ଡାକିଥିଲେ । ଖବର ପାଇ ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସେହି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତୁମୁଡିବନ୍ଧ ମେଡିକାଲକୁ ନେଇଯାଇଥିଲେ ପରିବାରଲୋକେ । ପରେ ଏନେଇ ତୁମୁଡିବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏସିଡ ମାଡ଼ର ଶୀକାର ହୋଇଥିବା ମୋହନ ପନ୍ଦର । ଏହି ଏସିଡ୍‌ ମାଡରେ ମୋହନ ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡି ଯାଇଛି । ତେବେ ଉକ୍ତ ଅଭିଯୋଗ ଆଧାରରେ ତୁମୁଡିବନ୍ଧ ପୋଲିସ ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.