ଭୁବନେଶ୍ୱର,୩୦|୧ : ସବୁ ଆରମ୍ଭ ପଛରେ ଥାଏ ବିଶ୍ୱାସ । ଆଶା ଏବଂ ବିଶ୍ୱାସ ଥିଲେ କିଛି ବି କାମ ଅସମ୍ଭବ ନୁହେଁ । ନୂଆ ଆଶା ଏବଂ ଭରସା ନେଇ ଆରମ୍ଭ ହୋଇଥିଲା ଏକରରାଇଜ୍ । ଶଶିକାନ୍ତ ବାରିକ୍ ଏବଂ ମୈରାଜୁଲ ହକଙ୍କ ଦୂରଦର୍ଶିତାରେ ଆରମ୍ଭ ହୋଇଥିବା ଏକରରାଇଜ୍ ଏବେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ନୂଆ ଶିଖର ଛୁଇଁଛି । ଦୁଇ ବନ୍ଧୁଙ୍କ ପ୍ରୟାସ ଓଡିଶାର ରିଅଲ ଇଷ୍ଟେଟ୍ ଶିଳ୍ପକୁ ଦେଇଛି ନୂଆ ଦିଗ । ଯେଉଁଥିରେ ରହିଛି ସ୍ବଚ୍ଛତା, ଶୃଙ୍ଖଳା ଏବଂ ଦୀର୍ଘସ୍ଥାୟୀ ପାରଦର୍ଶିତା ।

ବଜାରକୁ ଭଲ ଭାବେ ବୁଝିପାରିଥିଲେ ଶଶିକାନ୍ତ ବାରିକ । ଆଜିର ଚାହିଦାକୁ ନଜରରେ ରଖି ପ୍ରସ୍ତୁତ କରିଥିଲେ ପ୍ଲାନ୍ । ଏହାସହ ଗ୍ରାହକଙ୍କ ମନ କଥାକୁ ପଢିପାରିଥିଲେ ସେ । ତାଙ୍କୁ ସହଯୋଗ କରିଥିଲା ମୈରାଜୁଲହକଙ୍କ ପରିଚାଳନାଗତ ଦକ୍ଷତା । ଉଭୟେ ଏକାଠି ହୋଇ ରିଅଲ ଇଷ୍ଟେଟ ଶିଳ୍ପରେ ନିଜ କାରବାରକୁ ଆଗକୁ ନେଇଛନ୍ତି । ଯେଉଁଥିରେ ଦୂରଦର୍ଶିତା ସହ ଦୃଢ ଇଚ୍ଛାଶକ୍ତି ଏବଂ ଉତ୍ତର ଦାୟିତ୍ୱ ରହିଛି ।

ଓଡିଶାରେ ଦୀର୍ଘ ଦିନ ଧରି ଚାଲିଥିବା ପାରମ୍ପରିକ ରିଅଲ ଇଷ୍ଟେଟ ଶିଳ୍ପରୁ ଆଗକୁ ଚିନ୍ତା କରିଥିଲେ ଦୁଇ ବନ୍ଧୁ । କିପରି ମଡର୍ଣ୍ଣ ଟେକ୍ନୋଲୋଜି ସହ ଫ୍ୟୁଚରିଷ୍ଟିକ୍ ଆପ୍ରୋଚ୍ରେଗ୍ରାହକଙ୍କ ନିକଟତର ହୋଇପାରିବେ ସେନେଇ ସେମାନେ ଆକଳନ କରିଥିଲେ । ଆଜିର ଯୁଗକୁ ନଜରରେ ରଖିବା ସହ ସମସ୍ତ ନ୍ୟାୟିକ ସ୍ୱଚ୍ଛତା, ଉନ୍ନତ ଜ୍ଞାନକୌଶଳକୁ ଏକର ରାଇଜ୍ ସଦାବେଳେ ଆଗରେ ରଖିଥାଏ । ଯାହା ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ଜରୁରୀ । ଏପରିକି କମ୍ପାନୀକୁ ସମସ୍ତଙ୍କଠାରୁ ଅଗ୍ରଣୀ ରଖିବାରେ ବଡ ଭୂମିକା ଗ୍ରହଣ କରିଥାଏ । କେବଳ ଗ୍ରାହକ ନୁହେଁ, ନିବେଶକଙ୍କ ଭରସା ଜିତିବା ହେଉ କିମ୍ବା ନିଜ ନିଜ ଭିତରେ ସନ୍ତୁଳନ ରଖା କରିବା, ଏହାସହ ବେଷ୍ଟ କ୍ବାଲିଟି ପ୍ରଦାନ, କେଉଁଥିରେ ବି ଏକରରାଇଜ୍ ସାଲିସ କରେନାହିଁ । ଆଜିର ଦିନରେ ଏକରରାଇଜ୍ ୩୦ଲକ୍ଷ ବର୍ଗଫୁଟ୍ ଜାଗାରେ ନିଜର ନିର୍ମାଣ କାର୍ଯ୍ୟ ଜାରି ରଖିଛି । ୩୫ ଲକ୍ଷ ବର୍ଗ ଫୁଟ୍ ଜାଗାରେ ପାଇପଲାଇନ୍ କାର୍ଯ୍ୟ ଚାଲିଛି । ନୈତିକତାକୁ ଗୁରୁତ୍ୱ ଦେଇ ପ୍ରମୁଖ କମ୍ପାନୀ ଭାବେ ରେରା ଦ୍ୱାରା ଶୂନ୍ୟ ଅଭିଯୋଗ ପ୍ରତିଷ୍ଠାନ ଭାବେ ନିଜକୁ ପ୍ରମାଣିତ କରିପାରିଛି ।

ଆଗକୁ ବଡ଼ ଲକ୍ଷ୍ୟ:

ଆଗାମୀ ଦିନରେ ଉନ୍ନତିର ନୂଆ ଶିଖରରେ ପହଁଚିବା ପାଇଁ ଏକରରାଇଜ୍ ଲକ୍ଷ୍ୟ ରଖିଛି । ଦୂରଦୃଷ୍ଟି ସମ୍ପନ୍ନ ଗୁଣ ପାଇଁ ଏହା ଦକ୍ଷିଣ ଭୁବନେଶ୍ୱର, ତ୍ରିଶୂଳିଆ, ପାଣ୍ଡରା, ପୁରୀ ଆଦି ଅଞ୍ଚଳକୁ ନଜରରେ ରଖିଛି । ଏହିସବୁ ଜାଗାରେ ଆଗାମୀ ଦିନରେ ଏକରରାଇଜ୍ ପ୍ରମୁଖ ଏବଂ ଉନ୍ନତ ପ୍ରକଳ୍ପ ସ୍ଥାନ ପାଇବ ।

ଅଧିକାଂଶ ସମୟରେ ବିଭିନ୍ନ ବ୍ରାଣ୍ଡ୍ ସଦାବେଳେ ହେଡଲାଇନରେ ରହିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏକରରାଇଜ୍ ଏହାଠୁ ଭିନ୍ନ । ଏହା ଅତ୍ୟଧିକ ପ୍ରଚାର ପ୍ରସାର ବିନା ନିଜର କାମ କରିବାକୁ ପସନ୍ଦ କରେ । ନିରବତାର ସହ ଏହା ରିଅଲ ଇଷ୍ଟେଟ୍ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡିବାକୁ ପ୍ରାଥମିକତା ଦେଇଥାଏ ।

ଏକର ରାଇଜ୍‌ର ପ୍ରକଳ୍ପ:

ହାଫିଜ୍ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଓ୍ୱାନ୍ ଓ୍ୱାର୍ଲଡ୍ । ଯାହା ଦକ୍ଷିଣ ଭୁବନେଶ୍ୱରରେ ୧୦୦୮ ୟୁନିଟର ଏକ ଟାଉନସିପ୍ । ଏକର ରାଇଜ୍ ଆଜ୍ୟୁର- ତ୍ରିଶୂଳିଆରେ ନଦୀକୁ ମୁହଁ କରିଥିବା ୨୮୪ ଫ୍ଲାଟ୍ । ଯେଉଁଠି ମହାନଦୀ ଭ୍ୟୁ ସହ ମଡର୍ଣ୍ଣ ଆର୍କିଟେକଚର୍ ଦେଖିବାକୁ ମିଳିବ । ଏକରରାଇଜ୍ ଅରା-ସହରୀ ଜୀବନକୁ ନୂଆ ଦିଗ ଦେଇଥିବା ୨୦୦ଟି ଫ୍ଲାଟ୍