ମୁମ୍ବାଇ,୧୧/୦୭; ଆଲୋକ ନାଥ । ହିନ୍ଦୀ ସିନେମାର ଜଣେ ଜଣାଶୁଣା ଅଭିନେତା । ପ୍ରଶଂସକମାନେ ତାଙ୍କୁ "ସଂସ୍କାରି ବାପା" ଭାବରେ ଜାଣନ୍ତି । କାରଣ ସେ ଅନେକ ପ୍ରମୁଖ ଚଳଚ୍ଚିତ୍ରରେ ଜଣେ ଭଲ ବାପାଙ୍କ ଭୂମିକା ତୁଲାଇଛନ୍ତି । ତାଙ୍କ ଅଭିନୀତ ପ୍ରାୟ ଫିଲ୍ମ ପିଜିଟିଭ୍ । 'ବିବାହ'ରେ ଅମ୍ରିତା ରାଓଙ୍କ ବାପା, 'ହମ୍ ସାଥ୍ ସାଥ୍ ହୈ' ଫିଲ୍ମରେ ସଲମାନ୍ ଖାନଙ୍କ ବାପା ଭୂମିକାକୁ ବେଶ୍ ପ୍ରଶଂସା କରିଛନ୍ତି ଦର୍ଶକ । ଏବେ ଆଉ ସେ ଫିଲ୍ମରେ କାମ କରୁନାହାନ୍ତି । ଅଭିନୟ ଦୁନିଆରୁ ଲାଇମଲାଇଟ୍ରୁ ନିଜକୁ ଦୂରେଇ ରଖିଛନ୍ତି ଆଲୋକ ନାଥ । ସେ ଏବେ କେଉଁଠି ଅଛନ୍ତି ? ତାଙ୍କ ଫ୍ୟାନ୍ସ ଜାଣିବାକୁ ଚାହାନ୍ତି । ଆଲୋକ ନାଥଙ୍କ ଜୀବନକୁ ନେଇ ଖୁଲାସା କରିଛନ୍ତି ତାଙ୍କ ପିଲାଦିନ ବନ୍ଧୁ ରାଜେଶ ପୁରୀ ।

କ୍ୟାରିୟର ବର୍ବାଦ କରିଦେଲା MeToo ବିବାଦ- ୨୦୧୮ ମସିହାରେ "ମି ଟୁ" ବିବାଦ ସମୟରେ ହୋଇଥିବା ଅଭିଯୋଗ ପରେ, ଅଭିନେତା ବହୁତ କମ୍ ଲୋକଲୋଚନକୁ ଆସିଥିଲେ । "ମି ଟୁ" ବିବାଦ ଅଭିନେତାଙ୍କ ଜୀବନ ଉପରେ ଏକ ଭୟଙ୍କର ପ୍ରଭାବ ପକାଇଥିଲା । ତାଙ୍କ ପିଲାଦିନର ବନ୍ଧୁ ଏବଂ ଅଭିନେତା ରାଜେଶ ପୁରୀ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, 'ମି ଟୁ' ଅଭିଯୋଗ ଆଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେ ନିଜରକୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ରଖିଛନ୍ତି । ଏକୁଟିଆ ଶାନ୍ତିପର୍ଣ୍ଣ ଜୀବନ ବିତାଉଛନ୍ତି । ବହୁତ କମ୍ ଘରୁ ବାହାରକୁ ଯାଆନ୍ତି ।

ଅଲୋକ ନାଥଙ୍କ ବିଷୟରେ କହି ତାଙ୍କ ବନ୍ଧୁ ରାଜେଶ ପୁରୀ କହିଛନ୍ତି, "ଯେତେବେଳେ ଆଲୋକ ନାଥଙ୍କ ବିରୁଦ୍ଧରେ #MeToo ଅଭିଯୋଗ ଆଣାଗଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେ ଜଣେ ସଂସ୍କୃତିସମ୍ପନ୍ନ ଅଭିନେତା ଭାବରେ ଜଣାଶୁଣା ଥିଲେ । ଏହି ଅଭିଯୋଗ ପରେ ସେ ନିଜକୁ ଲାଇମଲାଇଟରୁ ନିଜକୁ ଦୂରେଇ ରଖିଲେ । ପ୍ରାୟତଃ ଇଣ୍ଡଷ୍ଟ୍ରୀରୁ ଗାଏବ ହୋଇଗଲେ । ଆଲୋକ ନାଥଙ୍କ ଯାତ୍ରା ବିଷୟରେ କହିବାକୁ ଗଲେ, ରାଜେଶ ପୁରୀ ସ୍ୱୀକାର କଲେ ଯେ, ତାଙ୍କର ବନ୍ଧୁ କିଛି ଭୁଲ କରିଥିବେ। ତଥାପି, ସେ ଜୋର ଦେଇ କହିଲେ ଯେ ଏସବୁ ସତ୍ତ୍ୱେ, ସେ ଏବେ ବି ଆଲୋକଙ୍କୁ ହୃଦୟରୁ ଜଣେ ପବିତ୍ର ଏବଂ ଭଲ ବ୍ୟକ୍ତି ବୋଲି ଭାବନ୍ତି । ସେ ଏବେ ବଦଳିଯାଇଛନ୍ତି । ନିଶାଠାରୁ ଦୂରରେ ଅଛନ୍ତି । ସେ କେବେ ବି କାହା ସହିତ ଖରାପ ବ୍ୟବହାର କରିନାହାନ୍ତି । ମଦ୍ୟପାନ କରିବା ପରେ ଆଲୋକଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳିଯାଇଥିଲା । ନିଜ ଉପରେ ନିୟନ୍ତ୍ରଣ ରଖିପାରୁନଥିଲେ । ତେଣୁ ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେ ଏବେ ବହୁତ କମ୍ ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଅନେକ ଥର ତାଙ୍କୁ ଭେଟିବାକୁ ପ୍ରସ୍ତାବ ପଠାଇଥିଲି ହେଲେ ସେ ସବୁବେଳେ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ ।

ଏହା ବି ପଢନ୍ତୁ...Pandya Store ଫେମ୍ ରୋହିତ ଚନ୍ଦେଲ ଗିରଫ, ନାବାଳିକାଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଲାଗିଲା POCSO ଆକ୍ଟ !   

ରାଜେଶ ଆହୁରି କହିଛନ୍ତି, ଆଲୋକ ନାଥ ଗତ କିଛି ବର୍ଷ ଧରି ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇଛନ୍ତି ଏବଂ ତାଙ୍କ ଜୀବନର ଏହି ସମୟରେ ସାନ୍ତ୍ୱନା ଏବଂ ମାର୍ଗଦର୍ଶନ ଖୋଜୁଛନ୍ତି । ଯାହା ଘଟିଛି ତାହା ତ ଘଟିଯାଇଛି । ନିଆଁ ବିନା ଧୂଆଁ ନାହିଁ । ସେ କିଛି ପାଇଁ ଅନୁତାପ କରନ୍ତି ଏବଂ ଯାହା ଘଟିଛି ତାହା ଭଲ ନୁହେଁ । ଏବେ ସେ କାହାରି ସାମ୍ନା କରିବାକୁ ଚାହାଁନ୍ତି ନାହିଁ । ଆମେ ଦୁହେଁ ଜଣେ ଗୁରୁଙ୍କୁ ବିଶ୍ୱାସ କରୁ । ଆଲୋକ ବି ତାଙ୍କୁ ଅନୁସରଣ କରିବା ଆରମ୍ଭ କରିଛନ୍ତି । ତାଙ୍କ ମାର୍ଗଦର୍ଶନରେ ଆସିଛନ୍ତି ।