ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମାନହାନି ମାମଲାରେ ବୟାନ ରେକର୍ଡ କଲେ ନାଗାର୍ଜୁନ

Published By : Anindita Ratha | October 9, 2024 12:30 PM

ମୁମ୍ବାଇ,୦୯/୧୦: ସାଉଥ ସୁପରଷ୍ଟାର ନାଗାର୍ଜୁନ  ୧୦୦ କୋଟି ଟଙ୍କାର ମାନହାନୀ ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ତାଙ୍କ ପୁଅ ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ସାମନ୍ଥା ଛାଡପତ୍ର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନାଗାର୍ଜୁନ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟରେ ପହଞ୍ଚିଛନ୍ତି। ଯେତେବେଳେ ମନ୍ତ୍ରୀ ଛାଡପତ୍ରକୁ ନେଇ ଅନେକ ବିବାଦୀୟ ଅଭିଯୋଗ ଆଣିଥିଲେ । ସେତେବେଳେ ନାଗାର୍ଜୁନଙ୍କ ପରିବାରକୁ ରାଗିଯାଇଥିଲେ ।  ନାଗାର୍ଜୁନ ତାଙ୍କ ପତ୍ନୀ ଅମାଲା ଏବଂ ପୁଅ ଚୈତନ୍ୟଙ୍କ ସହ ନାମ୍ପଲି କୋର୍ଟରେ ହାଜର ହୋଇ ସେମାନଙ୍କ ବିବୃତ୍ତି ରେକର୍ଡ କରିଥିଲେ।

ସୂଚନାନୁସାରେ, ସେମାନେ ଭାରତୀୟ ନ୍ୟାୟିକ ସଂହିତା ଧାରା ୩୫୬ ଅନୁଯାୟୀ ମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ତେବେ ସେ ବଦନାମ ଅଭିଯୋଗ କରିବା ସହ ୧୦୦ କୋଟି ଟଙ୍କା ଦାବି କରିଛନ୍ତି। ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା ନିକଟରେ ଅଭିଯୋଗ କରିଛନ୍ତି ଯେ, ୨୦୨୧ ମସିହାରେ ଚୈତନ୍ୟ ଏବଂ ସାମନ୍ଥାଙ୍କ ଛାଡପତ୍ର ପାଇଁ ବିଆରଏସ ନେତା କେ.ଟି ରାମା ରାଓ ଦାୟୀ। ତାଙ୍କର ଏହି ବିବୃତ୍ତି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ପରେ ସୁରେଖାଙ୍କୁ ଏହାର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡିଲା । ଜନସାଧାରଣଙ୍କ ସମାଲୋଚନା ପରେ ସେ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିଛନ୍ତି।ସାମନ୍ଥା ଏବଂ ଚୈତନ୍ୟ ମନ୍ତ୍ରୀଙ୍କ ବିବୃତ୍ତିକୁ ତୀବ୍ର ସମାଲୋଚନା କରିଥିଲେ। ସ୍ପଷ୍ଟ କରିଥିଲେ ଯେ ସେମାନଙ୍କ ଛାଡପତ୍ର ପାରସ୍ପରିକ ସହମତି ଅନୁଯାୟୀ ହୋଇଛି। ନାଗାର୍ଜୁନ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ମନ୍ତ୍ରୀଙ୍କ ବିବୃତ୍ତି ତାଙ୍କ ପରିବାରର କ୍ଷତି କରିଛି। ନାଗାର୍ଜୁନ କୋର୍ଟରେ ପହଞ୍ଚିବା ପରେ ପରିବାର ଲୋକ ତାଙ୍କ ସହ ଠିଆ ହୋଇ ସମର୍ଥନ କରିଥିଲେ। 

 



















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.