ବେଙ୍ଗାଲୁରୁ : ସୁନା ସ୍ମଗଲିଂ( ଚାରା ଚାଲଣ) ମାମଲାରେ ଧରା ପଡ଼ି ଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପୁଣି ଖେ ବଡ଼ ଝଟକା ଲାଗିଛି।ତାଙ୍କର ଜାମିନ୍ ଆବେଦନକୁ ବେଙ୍ଗାଲୁରୁର ଏକ ସେସନ କୋର୍ଟ ଖାରଜ କରି ଦେଇଛନ୍ତି। ଡିଜିପି ପାହ୍ୟାର ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କର ସାବତ ଝିଅ ରାନ୍ୟା ରାଓଙ୍କୁ , ୧୪.୨ କିଲୋଗ୍ରାମର ସୁନା ଚାରା ଚାଲଣ ମାମଲାରେ ୩ ମାର୍ଚ୍ଚରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ କରାଯାଇ ଥିଲା। ଜବତ ସୁନାର ଦାମ୍ ୧୨.୫୬ କୋଟି ଟଙ୍କାରୁ ଅଧିକ ଥିବା କୁହାଯାଇଛି। ଏହାପରେ ଆବାସରେ ତଲାସୀ ନିଆ ଗଲା, ଯେଉଁଠି ଅଧିକାରୀମାନେ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ଓ ୨.୬୭ କୋଟି ଟଙ୍କାର ଭାରତୀୟ ମୁଦ୍ରା ଜବତ କରିଥିଲେ।
ଅଭିଯୋଜନ ପକ୍ଷ କୋର୍ଟଙ୍କୁ କହିଛନ୍ତି ଯେ , ରାନ୍ୟା ସୁନା କିଣିବା ପାଇଁ ହୱାଲା ଚ୍ୟାନଲକୁ ବ୍ୟବହାର କରିଥିବା କଥା ନିଜେ ସ୍ୱୀକାର କରିଛନ୍ତି। ଅଧିକାରୀମାନେ ରାୱଙ୍କ ବିରୋଧରେ ନ୍ୟାୟିକ ଯାଞ୍ଚ ଆରମ୍ଭ କରିବା ପାଇଁ ନୋଟିସ୍ ଜାରି କରିଛନ୍ତି , କାରଣ ଏଥିରୁ ଅନ୍ୟ ଆର୍ଥିକ ଅନିୟମିତତା ଗୁଡ଼ିକ ବିଷୟରେ ଜଣା ପଡ଼ିପାରେ।
ଏହି ମଧ୍ୟରେ ଡିଆରଆଇ ଚୋରା ଚାଲଣ ସୁନାକୁ ସଠିକ୍ ସ୍ଥାନରେ ପହଞ୍ଚାଇବା ନେଇ ହର୍ଷ ବର୍ଦ୍ଧିନୀ ରାନ୍ୟା ଓରଫ ରାନ୍ୟା ରାଓଙ୍କୁ ସାହାଯ୍ୟ କରିବାର ମାମଲାରେ, ଜଣେ ବ୍ୟବସାୟୀ ସାହିଲ ଜୈନଙ୍କୁ ଗିରଫ କରିଛି। ସୂତ୍ରାନୁସାରେ ଗୁରୁବାର ଏହି ସୂଚନା ମିଳିଛି।
ସୂତ୍ରରୁ ପ୍ରକାରଶ ଯେ ବେଲ୍ଲାରୀ ନିବାସୀ ଏହି ବ୍ୟବସାୟୀଙ୍କୁ ମାମଲା ସମ୍ୱନ୍ଧରେ ପଚରାପଚରି କରାଯାଇଛି, ଏହା ପରେ ତାଙ୍କୁ ବୁଧବାର ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଗିରଫ କରିଛି। ସୂତ୍ରାନୁସାରେ, ସାହିଲ ଜୈନଙ୍କ ଉପରେ ସ୍ମଗଲିଂର ସୁନାକୁ ଠିକଣା ସ୍ଥାନରେ ପହଞ୍ଚାଇବା ତଥା ବିକ୍ରିରୁ ପ୍ରାପ୍ତ ଅର୍ଥକୁ ବାଣ୍ଟିବାରେ ରାଓଙ୍କ ସହାୟତା କରିବାର ଅଭିଯୋଗ ରହିଛି। ଏହି ମାମଲାରେ ରାନ୍ୟା ରାଓ ଓ ହୋଟେଲ ବ୍ୟବସାୟୀ ତରୁଣ ରାଜୁଙ୍କୁ ପ୍ରଥମେ ହିଁ ଗିରଫ କରାଯାଇ ସାରିଛି।
ରାନ୍ୟାଙ୍କ ସହଯୋଗୀ ତରୁଣ ରାଜ୍ , ଯିଏକି ଏକାଠି ଦୁବାଇକୁ ୨୬ଟି ଟ୍ରିପ୍ କରିଥିଲେ , ଏହି ମାମଲାରେ ୨ୟ ଅଭିଯୁକ୍ତ ଅଛନ୍ତି ଏବଂ ସେ ମଧ୍ୟ ନିଜର ଜାମିନ୍ ଆବେଦନ ଉପରେ କୋର୍ଟଙ୍କ ନିଷ୍ପତ୍ତିର ଅପେକ୍ଷା କରିଛନ୍ତି। ତାଙ୍କର ଜାମିନ ଉପରେ ମଧ୍ୟ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇବାକୁ ଯାଉଛନ୍ତି। ଅର୍ଥାତ୍ ଏହି ମାମଲାରେ ରାନ୍ୟା ରାଓଙ୍କ ସମେତ ଏବେସୁଦ୍ଧା ମୋଟ ୩ ଜଣ ଲୋକ ଗିରଫ ହୋଇ ସାରିଛନ୍ତି।