ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

Ranya Rao: ଆସିଲା ଅଭିନେତ୍ରୀ ରାନ୍ୟା ରାଓଙ୍କ ପ୍ରଥମ ଫଟୋ; ସୁନା ଚୋରା କାରବାର ମାମଲାର ହୋଇଥିଲେ ଗିରଫ

Published By : Bijay Swain | March 6, 2025 6:09 PM

Image courtesy: indiatoday

ନୂଆଦିଲ୍ଲୀ: ସୁନା ଚୋରା କାରବାରରେ ଫସିବା ପରେ ପ୍ରସିଦ୍ଧ ଦକ୍ଷିଣୀ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପୋଲିସ ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରିଥିଲା। ସେ ସୋମବାର ମଧ୍ୟରାତ୍ରୀରେ ସେ ଦୁବାଇରୁ ଫେରି ବେଙ୍ଗାଲୁରୁ ବିମାନ ବନ୍ଦରରେ ଚେକ ଆଉଟ କରିବା ସମୟରେ ସନ୍ଦେହ ହେବାରୁ କଷ୍ଟମ ବିଭାଗ ତାଙ୍କୁ ଅଟକ ରଖିଥିଲା। ଖାନତଲାସି ସମୟରେ ତାଙ୍କ ନିକଟରୁ ୧୨ କୋଟି ଟଙ୍କା ମୁଲ୍ୟର ୧୪.୮ କିଲୋ ଓଜନର ସୁନା ଜବତ କରାଯାଇଥିଲା। 

ସୂଚନା ମୁତାବକ ରାନ୍ୟା ଗୋଟିଏ ବର୍ଷରେ ୨୭ ଥର ଦୁବାଇ ଯାଆସ କରିଥିଲେ। ରାନ୍ୟାଙ୍କ ଏତେଥର ବିଦେଶ ଗସ୍ତ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକ(ଡିଆରଆଇ)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଣୁ ସେ ଦୁବାଇରୁ ଫେରିବା ପରେ ବିମାନବନ୍ଦରରେ ପୂର୍ବରୁ ପ୍ରସ୍ତୁତ ଥିବା ଅଧିକାରୀମାନେ ତାଙ୍କୁ ହେପାଜତକୁ ନେଇଥିଲେ। ତେବେ ଗୁରୁବାର ତାଙ୍କ ମାମଲାର ଶୁଣାଣି ବେଳେ ଡିଆରଆଇଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ଏହି ମାମଲାରେ ତାଙ୍କ ଭାଗିଦାରି ଓ ସେ କିପରି ସୁନା ଚୋରାକାରବାର କରୁଥିଲେ ସମସ୍ତ ତଥ୍ୟ ଜାଣିବା ପାଇଁ ତାଙ୍କୁ ଡିଆରଆଇ ବିଭାଗ ହେପାଜତକୁ ନେବାପାଇଁ ଦାବି କରିଥିଲେ।

ଅନ୍ୟପଟେ ରାନ୍ୟା ରାଓଙ୍କ ପକ୍ଷରୁ ଲଢୁଥିବା ଓକିଲ ଡିଆରଆଇ ବିଭାଗ ବିଭାଗ ପକ୍ଷରୁ ତାଙ୍କୁ ପର୍ଯ୍ୟାପ୍ତ ପ୍ରଶ୍ନ ପଚରା ସରିଛି ବୋଲି ଅଦାଲତରେ ଦାବି କରିଥିଲେ। ଏଣୁ ତାଙ୍କୁ ଜଳଦି ବାଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଦାବି କରିଥିଲେ। ରାନ୍ୟାଙ୍କ ଜାମିନ ପରେ ହଠାତ ନିଜ ହେପାଜତକୁ ନେବା କଥା କିପରି ମନେ ପଡିଲା ବୋଲି କହି ରାନ୍ୟାଙ୍କ ଓକିଲ ଡିଆରଆଇ ବିଭାଗକୁ ସମାଲୋଚନା କରିଥିଲେ। ଏହା ସହ ବିଭାଗ ଯଦି ପ୍ରମାଣ ସ୍ୱରୁପ ରାନ୍ୟାଙ୍କ ଲାପଟପକୁ ଜବତ କରି ରଖିଛି ଫୁଣି ତାଙ୍କୁ ହେପାଜତରେ ରଖିବାର ମାନେ କଣ ବୋଲି ରାନ୍ୟାଙ୍କ ଓକିଲ ପ୍ରତିପକ୍ଷଙ୍କୁ ପ୍ରଶ୍ନ ପଚାରିଥିଲେ। 

ତେବେ ରାନ୍ୟାଙ୍କ ଜାମିନ ଆବେଦନ ଉପରେ ଅଦାଲତ ଆସନ୍ତା କାଲି ତାଙ୍କ ଫଇସାଲା ଶୁଣାଇବେ। ତେବେ ଏହି ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.