ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଆଦାନୀ ଏଣ୍ଟରପ୍ରାଇଜେସ୍‌କୁ ବଡ଼ ଝଟକା, କମ୍ପାନୀର ହ୍ରାସ ପାଇଲା ଏତେ ପ୍ରତିଶତ ସେୟାର

Published By : Prameya | January 30, 2025 4:55 PM

ନୂଆଦିଲ୍ଲୀ,୩୦।୧: ଆଦାନୀ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜସ୍ ଗୁରୁବାର ୩୦ ଜାନୁଆରୀରେ ଚାଲୁ ଆର୍ଥିକ ବର୍ଷ ପାଇଁ ଡିସେମ୍ବରର ଫଳାଫଳ ଜାରି କରିଛି। ଡିସେମ୍ବର ୨୦୨୪ରେ ଶେଷ ତୃତୀୟ ତ୍ରୟମାସିକରେ କମ୍ପାନୀର ଲାଭ ପ୍ରାୟ ଶେଷ ହୋଇଯାଇଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌କୁ ଡିସେମ୍ବର ତ୍ରୟମାସିକରେ ୫୮ କୋଟି ନେଟ୍ ପ୍ରଫିଟ୍ ହୋଇଛି। ଗତ ବର୍ଷ ଏହି ତ୍ରୟମାସିକରେ କମ୍ପାନୀର ନେଟ୍‌ ପ୍ରଫିଟ୍‌ ୧,୮୮୮ କୋଟି ଥିଲା। ଅର୍ଥାତ ବାର୍ଷିକ ଆଧାରରେ କମ୍ପାନୀର ପ୍ରଫିଟ୍‌ରେ ୯୭% ହ୍ରାସ ଘଟିଛି। ସେଭଳି ଡିସେମ୍ବର ତ୍ରୟମାସିକରେ କମ୍ପାନୀର ରେଭିନ୍ୟୁ ୯ ପ୍ରତିଶତ ହ୍ରାସ ପାଇ ୨୨,୮୪୮ କୋଟି ଟଙ୍କା ହୋଇଯାଇଛି। ଗତ ବର୍ଷ ଏହି ତ୍ରୟମାସିକରେ ଏହା ୨୫,୦୫୦ କୋଟି ଟଙ୍କା ଥିଲା।

କମ୍ପାନୀ ୩ଳ୦୭୧ କୋଟିର EBITDA ରେକର୍ଡ କରିଛି, ଯାହାକି ବାର୍ଷିକ ଆଧାରରେ ୫% କମ୍। ଗତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସିକରେ ଏହା ୩,୨୨୭ କୋଟି ଟଙ୍କା ଥିଲା। ତୃତୀୟ ତ୍ରୟମାସିକରେ ଅନ୍ୟ ଆୟ ବାର୍ଷିକ ଆଧାରରେ ୩୩% ବଢି ୬୫୨ କୋଟି ହୋଇଯାଇଛି, ଯାହାକି ଗତ ବର୍ଷର ସମାନ ଅବଧିରେ ୪୯୦ କୋଟି ଥିଲା। ଏହା ଭିତରେ ମୋଟ ଖର୍ଚ୍ଚରେ ପ୍ରତ୍ୟେକ ବର୍ଷ ୧% ମାମୁଲି ହ୍ରାସ ଘଟିଛି, ଯାହାକି ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ ୨୨,୯୨୫ କୋଟି ଟଙ୍କାରେ ଆସିଯାଇଛି, ସେଭଳି ଗତ ଆର୍ଥିକ ବର୍ଷରେ ଏହି ସମୟରେ ଏହା ୨୩,୧୮୦ କୋଟି ଥିଲା। 

ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଷ୍ଟକ୍ ଆଜି ଗୁରୁବାର ୫% ହ୍ରାସ ପାଇ ନିଜର ନିମ୍ନ ସ୍ତର ୨୨୦୨ ରେ ଆସିଯାଇଛି। ଆଦାନୀ ଗ୍ରୁପ୍ର ସେୟାର ଗତ ୧ ବର୍ଷରେ ୨୫% ଓ ଜାନୁଆରୀ ୨୦୨୫ ରେ ଏପର୍ଯ୍ୟନ୍ତ ୧୨ %ରୁ ଅଧିକ ହ୍ରାସ ପାଇଛି। ସେଭଳି ଷ୍ଟକ୍ ଏବେ ଜୁନ୍ ୨୦୨୪ ରେ ନିଜର ୫୨ ସପ୍ତାହର ଉଚ୍ଚତମ ସ୍ତର ୩,୭୪୩.୦୦ ରୁ ୪୧% ଦୂର ରହିଛି। ଏହା ଭିତରେ ଏହା ନଭେମ୍ବର ୨୦୨୪ ରେ ରେକର୍ଡ କରିଥିବା ନିଜର ୫୨ ସପ୍ତାହର ନିମ୍ନତମ ସ୍ତର ୨,୦୩୦ ରୁ ୮.୫% ବଢି ଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.