ଭୁବନେଶ୍ବର,୩୧।୭ : ରାଜ୍ୟ ସରକାର ୫ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ଶିଳ୍ପ ନିର୍ଦେଶକ ଆଇଏଏସ ଅବୋଲି ସୁନୀଲ ନରବାଣେଙ୍କୁ ରାଜ୍ୟ କ୍ଷୁଦ୍ର ଶିଳ୍ପ କର୍ପୋରେସନ କଟକର ମ୍ୟାନେଜିଂ ଡାଇରେକ୍ଟର ଭାବେ ଅତରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ରାଉରକେଲା ଏଡିଏମ ଆଇଏଏସ ଧୀନା ଦଶତାଗିରିଙ୍କୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର, ରାଉରକେଲା ସ୍ମାଟ ସିଟି ସିଇଓ ଏବଂ ରାଉରକେଲା ଉନ୍ନୟନ ପରିଷଦର ସଚିବ ଭାବେ ଅତରିକ୍ତ ଦାୟିତ୍ବ ଦିଆଯାଇଛି।
ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କମିଶନର ଆଇଏଏସ ରେହାନ କ୍ଷର୍ତ୍ତୀଙ୍କୁ ସମ୍ବଲପୁର ଉନ୍ନୟନ ପରିଷଦର ଭାଇସ ଚେୟାରମ୍ୟାନ ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ କମିଶନର କିରନଦୀପ ସାହୋତାଙ୍କୁ କଟକ ଡେଭଲପମେଣ୍ଟ ଅଥୋରିଟି (ସିଡିଏ) ଭାଇସ ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ବ୍ରହ୍ମପୁର ମ୍ୟୁନସିପାଲ କର୍ପୋରେସନ କମିଶନର ଆଇଏଏସ ଅରବିନ୍ଦ ରାଜସିକେଙ୍କୁ ବ୍ରହ୍ମପୁର ଉନ୍ନୟନ ପରିଷଦ ଭାଇସ ଚେୟାରମ୍ୟାନ ଭାବେ ଅତରିକ୍ତ ଦାୟିତ୍ବ ଦିଆଯାଇଛି।