ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଧରପଣା ସଂଗ୍ରହ ନିଷିଦ୍ଧ ଆଦେଶକୁ ଫୁ', ରଥ ତଳୁ ପଲିଥିନ୍‌ରେ ପଣା ସଂଗ୍ରହ କଲେ ସେବାୟତ

Published By : Prameya | July 8, 2025 9:59 AM

ପୁରୀ,୦୮/୦୭: ଅଧରପଣା  ହାଣ୍ଡି ଭଙ୍ଗା ହେବା ପରେ କୌଣସି  ବ୍ୟକ୍ତି ଅଧର ପଣା ସଂଗ୍ରହ କରିବେ  ନାହିଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ  ବ୍ୟବସ୍ଥାବଳିରେ ନିୟମ କରିଥିଲା । ତେବେ  ରଥ ତଳେ ରହି ଅନେକ ସେବାୟତ ଏହି  ପଣା ସଂଗ୍ରହ କରିଥିଲେ । ଅନ୍ୟପଟେ ମହାପ୍ରଭୁଙ୍କୁ ସମର୍ପଣ ପରେ ଅଧରପଣା  ଭର୍ତ୍ତି ହାଣ୍ଡି ଭଙ୍ଗା ଯିବା ପରେ ଏହା  ବଡ଼ଦାଣ୍ଡରେ ଝରଣା ଭଳି ଭ୍ରମ ସୃଷ୍ଟି  କରିଥିଲା । ମହାପ୍ରଭୁଙ୍କ ଅଧରାମୃତ ପାଇ  ରଥ ପାଶ୍ୱର୍ ଦେବତାଙ୍କ ସମେତ ସମସ୍ତ  ଅଶରୀର ଓ ଧରଣୀ ରାଣୀ ତୃପ୍ତ ହୋଇଛନ୍ତି ।

ସୋମବାର ରାତି ୮ଟା ୩୫ ମିନିଟ୍‌ରୁ  ୯ଟା ୧୦ ମଧ୍ୟରେ ଅଧରପଣା ନୀତି  ସମ୍ପନ୍ନ ହୋଇଥିଲା । ଶ୍ରୀବିଗ୍ରହଙ୍କୁ ଭୋଗ ଲାଗିଲା ପରେ ହାଣ୍ଡିଗୁଡିକ ରଥ ଉପରେ ଗଡ଼ାଇ ଭଙ୍ଗାଯାଇଥିଲା । ରଥର ପାର୍ଶ୍ବ ଦେବାଦେବୀ, ଅଶରୀର ତଥା  ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧର  ହାଣ୍ଡି ଗୁଡିକୁ ଭଙ୍ଗା ଯାଉଥିବା କୁହାଯାଏ । ଠାକୁରଙ୍କୁ ପୂଜା କରାଯାଇଥିବା ପଣା  ପାଇଲେ ଏମାନେ ସନ୍ତୁଷ୍ଟ ହୁଅନ୍ତି  ବୋଲି ବିଶ୍ୱାସ ରହିଛି । ରଥରୁ ଅଧର ପଣା ବୋହି ବଡ଼ଦାଣ୍ଡରେ ଭାସିଥିଲା । ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନାର୍ଥୀମାନେ ବଡ଼ଦାଣ୍ଡରୁ ଠାକୁରଙ୍କ ପଣା ସଂଗ୍ରହ କରିଥିଲେ । ଅନ୍ୟ ପଟେ ରଥ ତଳେ ରହି ସେବାୟତମାନେ ଅଧରପଣା ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.