ଭଦ୍ରକ ୧୪/୦୪: ଭଦ୍ରକ ଜିଲ୍ଲାରେ ଆଉ ଡିଜେ ବାଜିବ ନାହିଁ କି ଭାଇବ୍ରେଟର କମ୍ପିବନି। ଏଭଳି ଚରମ ନିଷ୍ପତ୍ତି ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ପ୍ରତି ତହସିଲଦାରଙ୍କ ନେତୃତ୍ୱରେ ଗଠିତ ହୋଇଛି ଯୁଗ୍ମ କାର୍ଯ୍ୟ ନିର୍ବାହୀ ଟିମ। ଭଦ୍ରକ ଜିଲ୍ଲାର ୭ ଟି ଟିମ ଗଠିତ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ଭଦ୍ରକ ତହସିଲ ଦାରଙ୍କ ସମେତ ଆରଟିଓ, ଗ୍ରାମାଞ୍ଚଳ, ଟାଉନ, ପୁରୁଣା ବଜ଼ାର ଆଇଆଇସି ରହିବେ। ଯେଉଁମାନେ ଆଦେଶକୁ ଅବମାନନା କରି ଡିଜେ ବଜ଼ାଇବେ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ପ୍ରତି ତହସିଲଦାରଙ୍କ ସମେତ ସେହି ଅଞ୍ଚଳର ଥାନା ଅଧିକାରୀ ଓ ଆରଟିଓ କର୍ମଚାରୀ ଯୁଗ୍ମ କମିଟିରେ ରହିବେ।
ଭଦ୍ରକ ଜିଲ୍ଲାର ଡିଜେ ବଜ଼ାଇବାକୁ ନେଇ ବିବାଦ ବଢିଛି। ତିହିଡି ହାଟୁଆରିରେ ଡିଜେ ଲାଗି ୨ ଜଣ ଯୁବକଙ୍କ ଜୀବନ ଯାଇଥିଲା। ଜିଲ୍ଲାର ଡିଜେ ଓ ଭାଇ ବ୍ରେଟର କମ୍ପନରେ ୩ ରୁ ଅଧିକ ଲୋକଙ୍କ ଜୀବନ ଯିବା ନେଇ ଅଭିଯୋଗ ହୋଇଥିଲା। ଏବେ ବିବାହ ଋତୁ ଚାଲିଥିବାରୁ ଡିଜେ କଟକଣାକୁ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।