ଚନ୍ଦନେଶ୍ଵର, ୨୮|୬( ଆ.ପ୍ର) ଲଘୁଚାପ ପାଇଁ ଅଶାନ୍ତ ରହିଛି ସମୁଦ୍ର। ଏଥିପାଇଁ ପାଇଁ ମତ୍ସ୍ୟଜୀବୀଙ୍କୁ ୩ଦିନ ସମୁଦ୍ର ବାରଣ କରା ଯାଇଛି । ଚଳିତ ମାସ ୨୯ରୁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ଫେରି ଆସିବାକୁ ସତର୍କ ସୂଚନା ଜାରି କରିଛନ୍ତି ମତ୍ସ୍ୟ ବିଭାଗ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ । ୨ମାସର କଟକଣା ହଟିବାର ୧୫ଦିନ ମଧ୍ଯରେ ଦ୍ବିତୀୟ ଥର ପାଇଁ ମତ୍ସ୍ଯ ଜୀବୀଙ୍କ ଲାଗି ଏଭଳି ସୂଚନା ଦିଆ ଯାଇଛି । ଚନ୍ଦନେଶ୍ଵର ସହକାରୀ ମତ୍ସ୍ୟ ଅଧିକାରୀ( ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ସାଗରମିତ୍ର ମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ ଡଙ୍ଗା ମାଲିକ,ମତ୍ସ୍ୟ ଜୀବୀ କିମିଟିର କର୍ମକର୍ତ୍ତାଙ୍କୁ ଏହି ସୂଚନା ଦିଆ ଯାଇଛି ।
ଲଘୁଚାପ ପ୍ରଭାବରେ ୩ଦିନ ପ୍ରବଳ ବର୍ଷା ହେବ ଓ ସମୁଦ୍ର ଅଶାନ୍ତ ରହିବ ବୋଲି ବିଭାଗ ସୂଚନା ଦେଇଛନ୍ତି । ଏହି ଅବସରରେ ଶନିବାର ଭୋଗରାଇର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦୟପୁର,ତାଳସାରୀ, ରଣସିଂହପୁର ଓ କୀର୍ତନିଆରେ ସଚେତନ କରାଯାଇଛି । ମତ୍ସ୍ୟଜୀବୀଙ୍କ ଡଙ୍ଗା,ଜାଲ ଆଦିକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆ ଯାଇଛି।