ନୂଆଦିଲ୍ଲୀ,୨୦।୧୨: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ହେଲେ ଏବେ ତାକୁ ଅନ୍ତର୍ଜାତୀୟ ସଂସ୍ଥାରୁ ଲଗାତାର ଆଶ୍ବସ୍ତି ମିଳିବାରେ ଲାଗିଛି। ନିକଟରେ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମ୍ଏଫ୍)ରୁ ମିଳିଥିଲା ବହୁ ପରିମାଣର ଅର୍ଥ ମଞ୍ଜୁରୀ। ଏବେ ଓ୍ବାର୍ଲ୍ଡ ବ୍ୟାଙ୍କ ମଧ୍ୟ ପାକିସ୍ତାନ ପାଇଁ କୋଟି କୋଟି ଡଲାର ଘୋଷଣା କରିଛି। ଓ୍ବାର୍ଲ୍ଡ ବ୍ୟାଙ୍କ ଶୁକ୍ରବାର ଘୋଷଣା କରଛି ସେ ପାକିସ୍ତାନକୁ ୭୦୦ ମିଲିୟନ ଡଲାର (୭୦ କୋଟି ଡଲାର) ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଛି। ଏହି ରାଶି ଏକ ବହୁ ବର୍ଷୀୟ ପଦକ୍ଷେପ ଅନୁସାରେ ଦିଆଯାଉଛି। ଏହାର ଉଦେଶ୍ୟ ଦେଶର ମାଇକ୍ରୋଇକୋନୋମିକ୍ ସ୍ଥିରତାକୁ ମଜବୁତ କରିବା ଓ ସାର୍ବଜନିକ ସେବାର ଡେଲିଭରିରେ ସୁଧାର ଆଣିବ।

ବିଶ୍ବ ବ୍ୟାଙ୍କ ଅନୁସାରେ, ଏହି ଧନରାଶି ସମାବେଶ ବିକାଶ ପାଇଁ ସାର୍ବଜନୀନ ସମ୍ବଳ, ବହୁ ଚରଣୀୟ ପ୍ରୋଗୋମାଟିକ୍ ଦୃଷ୍ଟିକୋଣ (ପିଆରଆଇଡି-ଏମ୍ପିଏ) ଅନ୍ତର୍ଗତ ଜାରି କରାଯିବ। ଏହି କାର୍ଯ୍ୟକ୍ରମ ଅନୁସାରେ, ପାକିସ୍ତାନକୁ ମୋଟ ଭାବରେ ୧.୩୫ ବିଲିୟନ ଡଲାର ପର୍ଯ୍ୟନ୍ତ ଆର୍ଥିତ ସହାୟତା ମିଳିପାରେ। ସ୍ବୀକୃତ ୭୦୦ ମିଲିୟନ ଡଲାରରୁ ୬୦୦ ମିଳିୟନ ଡଲାର କେନ୍ଦ୍ର ସ୍ତରର କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ କରାଯାଇଛି। ସେଭଳି ୧୦୦ ମିଲିୟନ ଡଲାର ଦକ୍ଷିଣ ପ୍ରାନ୍ତ ସିନ୍ଧ୍‌ରେ ଏକ ପ୍ରାନ୍ତୀୟ କାର୍ଯ୍ୟକ୍ରମକୁ ସମର୍ଥନ ଦେବା ପାଇଁ ନିର୍ଦ୍ଧାରିତ କରାଯାଇଛି। ସେଭଳି ୧୦୦ ମିଲିୟନ ଡଲାର ଦକ୍ଷିଣ ପ୍ରାନ୍ତ ସିନ୍ଧରେ ଏକ ପ୍ରାଦେଶିକ କାର୍ଯ୍ୟକ୍ରମକୁ ସମର୍ଥନ ଦେବା ପାଇଁ ଦିଆଯିବ। ଏହି ମଞ୍ଜୁରୀ ଏଭଳି ସମୟରେ ଆସିଛି, ଯେତେବେଳେ ଅଗଷ୍ଟ ମାସରେ ବିଶ୍ବ ବ୍ୟାଙ୍କ ପାକିସ୍ତାନର ସବୁଠାରୁ ଜନସଂଖ୍ୟା ଥିବା ରାଜ୍ୟ ପଞ୍ଜାବରେ ପ୍ରାଥମିକ ଶିକ୍ଷାକୁ ଭଲ କରିବା ପାଇଁ ୪୭.୯ ମିଲିୟନ ଡଲାର ଅନୁଦାନ ମଧ୍ୟ ସ୍ବୀକୃତି ଦେଇଥିଲେ।

ତେବେ ପାକିସ୍ତାନର ଆର୍ଥିକ ଚ୍ୟାଲେଞ୍ଜକୁ ନେଇ ଅନ୍ତର୍ଜାତୀୟ ସଂସ୍ଥାର ଚିନ୍ତା ମଧ୍ୟ ସାମନାକୁ ଆସିଛି। ନଭେମ୍ବରରେ ପ୍ରକାଶିତ ଆଇଏମ୍ଏଫ୍ ବିଶ୍ବ ବ୍ୟାଙ୍କର ଏକ ଜଏଣ୍ଟ ରିପୋର୍ଟ, ଯାହାକୁ ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ନିଜ ଓ୍ବେବସାଇଟ୍‌ରେ ଅପଲୋଡ୍ କରିଛି। ଏଥିରେ କୁହାଯାଇଥିଲା ଦେଶରେ ଖଣ୍ଡିତ ନିୟାମକ ବ୍ୟବସ୍ଥା, ଅପାରଦର୍ଶୀ ବଜେଟ୍ ପକ୍ରିୟା ଓ ରାଜନୈତିକ ହସ୍ତକ୍ଷେପକୁ ପ୍ରଭାବିତ କରୁଛି। ଯାହାଫଳରେ ରାଜସ୍ବ ସଂଗ୍ରହକୁ ଦୁର୍ବଳ କରୁଛି।

ଆହୁରି ପଢନ୍ତୁ: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ ୭ ଗିରଫ, ଚାରିଆଡୁ ସମାଲୋଚନା ପରେ ମୁଣ୍ଡ ନୁଆଁଇଲେ ୟୁନୁସ ସରକାର