ନୂଆଦିଲ୍ଲୀ,୧୨/୦୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ (ଏ’ ଟିମ୍)ରେ ଆଜି ଭାରତ ଏ’ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଡିଏଲ୍ଏସ୍ ନିୟମରେ ଆଫଗାନିସ୍ତାନ ଏ’ ଠାରୁ ୪ରନ୍‌ରେ ପରାଜିତ ହୋଇଥିଲା । ଆଫଗାନିସ୍ତାନ ଏ’ ଏହି ମ୍ୟାଚ୍ ଜିତି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଏ’ଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଏ’ ୪୯ ଓଭରରେ ୯ ୱିକେଟ୍ ହରାଇ ବିଶାଳ ୩୪୯ରନ୍ ସଂଗ୍ରହ କରିଥିଲା । ଓପନିଂ ଯୋଡ଼ି ପ୍ରଭସିମରନ ସିଂହ ଓ ବୈଭବ ସୂର୍ଯ୍ୟବଂଶୀ ୪୩ଟି ବଲ୍‌ରେ ୭୪ରନ୍ ସଂଗ୍ରହ କରିଥିଲେ । ବୈଭବ ୨୨ବଲ୍‌ରେ ଦ୍ରୁତ ୪୪ (୯ଚୌକା) ରନ୍ କରି ଆଉଟ୍ ହୋଇଥିଲେ । ପ୍ରିୟାଂଶ ଆର୍ଯ୍ୟ (୮) ନିରାଶ କରିଥିଲେ । ମାତ୍ର ପ୍ରଭସିମରନ ୮୪ (୧୪ଚୌକା), ଋତୁରାଜ ଗାଏକୱାଡ୍ ୬୬, ଅଧିନାୟକ ତିଳକ ବର୍ମା ୬୬, ସୂର୍ୟାଂଶ ସେଡଗେ ୨୭ବଲ୍‌ରେ ୪୦ ଓ ଅନୁକୂଳ ରୟ ଅପରାଜିତ ୧୬ରନ୍ ଯୋଗ କରିବା ଫଳରେ ଭାରତ ଏ’ ବିଶାଳ ସ୍କୋର ଛିଡ଼ା କରିଥିଲା ।

ଆଫଗାନିସ୍ତାନ ଏ’ର ଅବଦୋଲ୍ଲା ଅହମ୍ମଦଜାଇ ୫ଟି ୱିକେଟ୍ ନେଇଥିଲେ । ୩୫୦ରନ୍ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ଏ’ ୨୫.୫ ଓଭର ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୭୭ରନ୍ କରିଥିବାବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ ଡିଏଲ୍ଏସ୍ ନିୟମରେ ଆଫଗାନିସ୍ତାନ ଏ’ ଆଗୁଆ ରହି ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ହାସାନ ଇସାଖିଲ ୩୪, ଇମ୍ରାନ ଅପରାଜିତ ୭୫ (୬ଚୌକା, ୨ଛକା) ଓ ବହିର ଶାହ ଅପରାଜିତ ୫୧ରନ୍ କରିଥିଲେ । ବର୍ଷା ପାଇଁ ମ୍ୟାଚ୍ ପ୍ରଭାବିତ ହୋଇଥିଲା । ଡିଏଲଏସ ନିୟମ ଅନୁସାରେ ଆଫଗାନିସ୍ତାନ ଏକୁ ୩୮ ଓଭରରେ ୨୯୪ ରନ୍ ଲକ୍ଷ୍ୟ ଦିଆଯାଇଥିଲା । ଜବାବରେ ଅଧିନାୟକ ଇମରାନ ଏବଂ ହସନ ଇସାଖିଲ ଦ୍ରୁତ ଆରମ୍ଭ କରିଥିଲେ । ଇମରାନ ଅପରାଜିତ ୭୫ ରନ୍ କରିଥିଲେ । ବାହିର ଶାହ ୫୧ ରନ୍ କରିଥିଲେ । ୨୫.୫ ଓଭରରେ ଆଫଗାନିସ୍ତାନ ସ୍କୋର ୧୭୭ ଥିଲା । ୨ଟି ୱିକେଟ୍ ପତନ ହୋଇଥିଲା । ଏହାପରେ ପୁଣି ବର୍ଷା ହୋଇଥିଲା । ଡିଏଲଏସ ଗଣନାରେ ସେହି ସମୟରେ ଆଫଗାନିସ୍ତାନ ୪ ରନ୍ ଆଗୁଆ ଥିଲା । ଫଳରେ ଦଳକୁ ବିଜେତା ଘୋଷଣା କରାଯାଇଥିଲା ।

ଏହା ବି ପଢନ୍ତୁ...Ruturaj gaikwad: ଲିଷ୍ଟ ଏ କ୍ରିକେଟରେ ଋତୁରାଜଙ୍କ ରାଜୁତି; ଭାଙ୍ଗିଲେ କୋହଲିଙ୍କ ବିଶ୍ୱ ରେକର୍ଡ, ଏହି ମାମଲାରେ ହେଲେ ନମ୍ବର ୱାନ୍ ଖେଳାଳି  

କେମିତି ଖେଳିବ ଭାରତ ଫାଇନାଲ ? ଟୁର୍ଣ୍ଣାମେଣ୍ଟରେ ଏବେ ଆଫଗାନିସ୍ତାନ ଏ ଏବଂ ଭାରତ ଏ ୨-୨ ପଏଣ୍ଟ ପାଇଛନ୍ତି । ଭଲ ରନରେଟ ଆଧାରରେ ଆଫଗାନ ଶୀର୍ଷ ସ୍ଥାନରେ ପହଞ୍ଚିଛି । ଭାରତ ଏ ଦ୍ୱିତୀୟ ସ୍ଥାନରେ ରହିଛି । ଶ୍ରୀଲଙ୍କା ଏ ଦଳ ପଏଣ୍ଟ ଖାତା ଖୋଲି ପାରିନାହିଁ । ଜୁନ୍ ୧୫ ରେ ଭାରତ ଶ୍ରୀଲଙ୍କା ଏ ଏବଂ ଜନ୍ ୧୭ରେ ଆଫଗାନିସ୍ତାନ ଏ ବିପକ୍ଷରେ ଖେଳିବ । ଏହି ମ୍ୟାଚର ପରିଣାମ ସ୍ଥିର କରିବ ଜୁନ୍ ୨୧ରେ ଫାଇନାଲରେ କେଉଁ ଟିମ୍ ପହଞ୍ଚୁଛି । ଯଦି ଶ୍ରୀଲଙ୍କା ଏ ଆସନ୍ତା ମ୍ୟାଚରେ ଆଫଗାନିସ୍ତାନଠୁ ହାରୁଛି ତେବେ ପଏଣ୍ଟ ତାଲିକା ରୋମାଞ୍ଚକର ହେବ ।