ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିରରେ ପୁଣି ପଶିଲେ ବିଦେଶୀ ପର୍ଯ୍ୟଟକ, ଉତ୍ତରଦ୍ୱାରରୁ ବାହାରିବା ସମୟରେ ଧରିଲେ କର୍ମଚାରୀ

Published By : Prameya | February 18, 2025 10:53 AM

ପୁରୀ,୧୮/୦୨: ପୁଣି ଶ୍ରୀମନ୍ଦିର ସୁରକ୍ଷା ଢିଲା । ମନ୍ଦିର ଭିତରେ ବିଦେଶୀ  ପର୍ଯ୍ୟଟକ ପ୍ରବେଶ କରି ଉତ୍ତରଦ୍ୱାରରେ ବାହାରକୁ ବାହାରିବା ବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲେ ।  ସେହିଭଳି ଅନ୍ୟ ଜଣେ ବିଦେଶୀ  ପର୍ଯ୍ୟଟକ ଉତ୍ତରଦ୍ୱାର ଦେଇ ପ୍ରବେଶ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ଓ  ସେବାୟତମାନେ ପ୍ରତିବାଦ କରିବାରୁ ସେ ଫେରିଥିଲେ । ତେବେ ସେ  କେଉଁଠାରୁ ଆସିଥିଲେ । ତାଙ୍କ ପରିଚୟ  ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ ବି ଅଟକାଇ  ଯାଞ୍ଚ କରାଯାଇନାହିଁ । ଯାହାକୁ ନେଇ  ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଅନ୍ୟପକ୍ଷରେ ଏସମ୍ପର୍କରେ ଶ୍ରୀମନ୍ଦିର  ପ୍ରଶାସନ ନିକଟରେ କୌଣସି ଖବର  ନଥିବା କହିଛନ୍ତି ଲୋକସମ୍ପର୍କ ଅଧିକାରୀ  ଜିତେନ୍ଦ୍ର ନାରାୟଣ ମହାନ୍ତି । 

ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ  ସ୍ଥାନ । ଏହା ଉପରେ ଆତଙ୍କବାଦୀଙ୍କ  ଟାଗେର୍ଟ ରହିଥିବା ନେଇ କେନ୍ଦ୍ର ଓ  ରାଜ୍ୟ ଗୁଇନ୍ଦା ବିଭାଗ ସର୍ବଦା ଜିଲ୍ଲା  ପୁଲିସକୁ ସତର୍କ ରହିବାକୁ ପରାମର୍ଶ  ଦେଇଥାନ୍ତି । ଏପରିକି ହିନ୍ଦୁ ମନ୍ଦିରରେ  ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ  କଟକଣା ରହିଛି । ଏହା ସତ୍ତେ୍ୱ କିଭଳି  ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରକୁ  ପ୍ରବେଶ କରି ଉତ୍ତରଦ୍ୱାର ଦେଇ  ବାହାରିବା ସମସ୍ତଙ୍କୁ ଚକିତ କରିଛି ।  ଉକ୍ତ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ  କରିଛନ୍ତି ସୁଆର ସେବକ ମଧୁସୂଦନ  ମହାସୁଆର ।

 ସେ କହିଛନ୍ତି, ଶ୍ରୀମନ୍ଦିର  ୪ ଦ୍ୱାରରେ ପୁଲିସ କର୍ମଚାରୀମାନେ  ମୁତୟନ ହୋଇଥିବା ବେଳେ କିଭଳି  ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ  କଲେ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି ।  ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୩ଟି  ଭାଷାରେ ଶ୍ରୀମନ୍ଦିରକୁ ଅଣହିନ୍ଦୁ  ପ୍ରବେଶ ଲାଗି ଫଳକ ଲଗାଯାଇଥିଲା ।  ତାହା ଏବେ ଦେଖିବାକୁ ମିଳୁନାହିଁ ।  ପ୍ରଶାସନ ତୁରନ୍ତ ୪ ଦ୍ୱାରରେ ଫଳକ  ଲଗାଇବାକୁ ସେ ଦାବି କରିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.