ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ଏଆଇର ସିଇଓ ମୁସ୍ତଫା ସୁଲେମାନଙ୍କ ତାଜା ବୟାନ ଏଆଇର ଦୁନିଆରେ ତେହଲକା ସୃଷ୍ଟି କରିଛି। ଫାଇନେନ୍ସିଆଲ ଟାଇମ୍ସକୁ ଦେଇ ଥିବା ଏକ ଇଣ୍ଟରଭ୍ୟୁରେ ସୁଲେମାନ ଚେତାବନୀ ଦେଇଛନ୍ତି ଯେ, ଏଆଇ ଆଗାମୀ ୧୨ରୁ ୧୮ ମାସ ଭିତରେ ଅଧିକାଂଶ ହ୍ୱାଇଟ-କଲର ଚାକିରିର ଅଧିକାଂଶ କାମକୁ ସଂପୂର୍ଣ୍ଣ ରୂପେ ସ୍ୱଚାଳିତ (ଅଟୋମେଟ) କରି ଦେବ। ସେ କହିଛନ୍ତି ଯେ, ହ୍ୱାଇଟ-କଲର ଜବ୍ସ , ଅର୍ଥାତ୍ ସେହି କାମ ଯେଉଁ ଲୋକ କମ୍ପ୍ୟୁଟର ସାମ୍ନାରେ ବସି କରିଥାନ୍ତି, ସେ ଓକିଲ ହୁଅନ୍ତୁ , ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ପ୍ରୋଜେକ୍ଟ ମ୍ୟାନେଜର କିମ୍ୱା ମାର୍କେଟିଂ ପ୍ରଫେସନାଲ । ଏଥିରୁ ଅଧିକାଂଶ ଟାସ୍କ ଆଗାମୀ ୧୨-୧୮ ମାସରେ ଏଆଇ ଦ୍ୱାରା ସଂପୂର୍ଣ୍ଣ ରୂପେ ଅଟୋମେଟ୍ ହୋଇଯିବ।

ଇନଷ୍ଟାଗ୍ରାମ୍‌ରେ ନିଜକୁ ଧନୀ କହୁଥିବା ପ୍ରେମିକ ଜଣେ ଦିନ ମଜୁରିଆ , ସ୍ୱାମୀଙ୍କ ପାଖକୁ ଫେରି ଆସିଲେ ଫେରାର ମହିଳା

ସେ ସଫ୍ଟୱେୟାର ଇଞ୍ଜିନିୟରିଂର ଉଦାହରଣ ଦେଇ କହିଛନ୍ତି ଯେ, ଏବେ ଇଞ୍ଜିନିୟର ଏଆଇର ସାହାଯ୍ୟରେ ତାଙ୍କର ଅଧିକାଂଶ କୋଡ୍ ତିଆରି କରୁଛନ୍ତି। ତାଙ୍କର ଭୂମିକା ଏବେ ରଣନୀତିକ କାର୍ଯ୍ୟ ଭଳି ଆର୍କିଟେକଚର ଡିଜାଇନ କରିବା ଏବଂ ଉତ୍ପାଦନରେ ଆଣିବା ଦିଗରେ ସ୍ଥାନାନ୍ତରିତ ହୋଇଛି। ସୁଲେମାନଙ୍କ ଅନୁସାରେ , ଏହି ପରିବର୍ତ୍ତନ ଗତ ଛଅ ମାସରେ ହିଁ ଦେଖିବାକୁ ମିଳିଛି। ଏହା ବ୍ୟତୀତ , ସେ କହିଛନ୍ତି ଯେ, ଆଜିର ଏଆଇ ମଡେଲ ଅଧିକାଂଶ ମାନବ କୋଡରଙ୍କ ଠାରୁ ଖୁବ୍ ଭଲ କୋଡିଂ କରି ପାରନ୍ତି , ବୋଧହୁଏ ଏପର୍ଯ୍ୟନ୍ତ ସବୁ କୋଡରଙ୍କ ଠାରୁ ଉତ୍ତମ।

ସେ ଜୋର ଦେଇ କହିଛନ୍ତି ଯେ, ନୂଆ ଏଆଇ ମଡେଲ ତିଆରି କରିବା ଏବେ ପଡକାଷ୍ଟ ତିଆରି କରିବା କିମ୍ୱା ବ୍ଲଗ୍ ଲେଖିବା ଯେତେ ସହଜ ହୋଇଯିବ। ସଂସ୍ଥା ଓ ସଙ୍ଗଠନ ଗୁଡ଼ିକ ସେମାନଙ୍କର ଆବଶ୍ୟକ ଅନୁସାରେ ନିଜେ ଏଆଇ ଡିଜାଇନ କରି ପାରିବେ। ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ଦୁଇରୁ ତିନି ବର୍ଷରେ ଏଆଇ ଏଜେଣ୍ଟ ବଡ଼ ସଂସ୍ଥାର ୱାର୍କଫ୍ଲୋକୁ ଆହୁରି ଦକ୍ଷତାରେ ସମ୍ଭାଳିବାରେ ସକ୍ଷମ ହୋଇ ଯିବେ।