ଭୁବନେଶ୍ୱର,୨୧/୦୫: ୨୦୨୬-୨୭ ସିଜନର ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍ଏଫ୍) କ୍ଲବ ଲାଇସେନ୍ସ ପ୍ରିମିୟର-୧ ଫଳାଫଳ ପ୍ରକାଶ ପାଇଛି । ଆଇଏସ୍ଏଲ କ୍ଲବ୍ ଓଡ଼ିଶା ଏଫ୍‌ସି ସମେତ ସ୍ପୋର୍ଟିଂ କ୍ଲବ୍ ଦିଲ୍ଲୀ, ମୋହନ ବାଗାନ ସୁପର ଜାଏଣ୍ଟସ, ଚେନ୍ନାଇ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ମହମ୍ମଡାନ ସ୍ପୋର୍ଟିଂ ଓ ଇଣ୍ଟର କାଶୀ କ୍ଲବର ଲାଇସେନ୍ସ ବାତିଲ ହୋଇଛି ।

କିନ୍ତୁ ନର୍ଥଇଷ୍ଟ ୟୁନାଇଟେଡ୍, ଇଷ୍ଟବେଙ୍ଗଲ, ଜାମସେଦପୁର ଏଫ୍‌ସି, ମୁମ୍ବାଇ ସିଟି ଏଫ୍‌ସି, ବେଙ୍ଗାଲୁରୁ ଏଫ୍‌ସି, ଏଫ୍‌ସି ଗୋଆ ଓ ପଞ୍ଜାବକୁ ଲାଇସେନ୍ସ ଅନୁମତି ମିଳିଛି । ଆଇଏସଏଲ୍ ଦଳ ଗୁଡ଼ିକୁ ପ୍ରିମିୟମ-୧ ଲାଇସେନ୍ସ ମିଳିବା ଅତି ଆବଶ୍ୟକ । ଯଦି ଏଆଇଏଫ୍ଏଫ୍ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ କ୍ଲବ ଗୁଡ଼ିକ ପୂରଣ ନକରନ୍ତି ସେମାନଙ୍କୁ ଲାଇସେନ୍ସ ମିଳେ ନାହିଁ । କଳିଙ୍ଗ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ ଭାବେ ଗ୍ରହଣ କରି ଓଡ଼ିଶା ଏଫ୍‌ସି ଖେଳୁଛି । କିନ୍ତୁ କ୍ଲବ ଏଆଇଏଫ୍ଏଫ୍ ଦ୍ୱାରା ଧାର୍ଯ୍ୟ ମାନ ପୂରଣ କରିବାରେ ବିଫଳ ହୋଇଥିବାରୁ ୨୦୨୬-୨୭ ସିଜନର ଲାଇସେନ୍ସ ବାତିଲ ହୋଇଛି ।