ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଦିମ ବଣ୍ଡା ଜନଜାତିଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ, ନିର୍ମାଣଶ୍ରମିକ ଭାବେ ହେଲେ ପଞ୍ଜିକୃତ

Published By : Suraj Kumar | November 23, 2024 7:26 PM

ମାଲକାନଗିରି, ୨୩/୧୧ (ଆପ୍ର ): ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେନାହିଁ ବଣ୍ଡା ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀ, ମହିଳା ଓ ପୁରୁଷ ମାନେ।  ଆଦିମ ବଣ୍ଡା ଜନଜାତିଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫୦ ବଣ୍ଡା ମହିଳା ଓ ପୁରୁଷଙ୍କୁ ନିର୍ମାଣଶ୍ରମିକ ଭାବେ ନାମ ପଞ୍ଜିକରଣ ସହିତ ସେମାନଙ୍କୁ ସଚେତନତା କରାଯାଉଛି।

ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ବ୍ଲକର  ବଣ୍ଡାଘାଟି ର ଆଦିମ ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ  ଆଜି ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ ଆୟୋଜନ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ରହି ଏହି କ୍ୟାମ୍ପ ଆୟୋଜନ କରିଥିଲେ। ଏଥିରେ ୧୫୦ ଜଣ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ। ୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ତ୍ୱରିତ ଶ୍ରମ କାର୍ଡ ପ୍ରଦାନ କରାଯିବା ସହ ୫୦ରୁ ଅଧିକ କୋଠାବାଡ଼ି ଓ ନିର୍ମାଣ ଶ୍ରମିକଙ୍କ କାର୍ଡ ନବୀକରଣ କରାଯାଇଥିଲା। 

ସୂଚନା ଥାଉ କି ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଆଦିମ ବଣ୍ଡା ଜନଜାତି ବହୁଳ ଅଞ୍ଚଳ ଅଟେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି   ଓ ରୋଜଗାରକ୍ଷମ ପାଇଁ ବିଶେଷ ପ୍ରାଧାନ୍ୟତା ଦିଆଯାଉଛି। ତେଣୁ ଏହି ଅଞ୍ଚଳର  ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ସେମାନଙ୍କର ପାଇଁ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା। ସେହିପରି ଅଚଳ ହୋଇଥିବା ଶ୍ରମ କାର୍ଡକୁ ଆକ୍ଟିଭ କରାଯାଇଥିଲା ।ଏହି କ୍ୟାମ୍ପକୁ ଆୟୋଜନ କରିବାରେ ସ୍ଥାନୀୟ ସରପଞ୍ଚ, ଜିଆରଏସ, ଚିନ୍ମୟ ରାଉତରାୟ, ବିଜୟାନନ୍ଦ ପଣ୍ଡା ଓ ରିଙ୍କୁ ରଞ୍ଜନ ଅଧିକାରୀ ସହଯୋଗ କରିଥିଲେ। ଅନଲାଇନ ପଞ୍ଜିକରଣ ନିମନ୍ତେ ମୋ ସେବା କେନ୍ଦ୍ରର କର୍ମଚାରୀ ସହାୟତା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.