ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବିମାନଟି ଅବତରଣ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟି ଥିଲା। ଅଧିକାରୀଙ୍କ କହିବାନୁସାରେ, ଅବତରଣ କରିବା ସମୟରେ ବିମାନର ପଛ ଭାଗ ଭୂମିକୁ ସ୍ପର୍ଶ କରି ଥିଲା। ହେଲେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିବାରେ ସଫଳ ହୋଇଛି। ଟେଲ୍ ଷ୍ଟ୍ରାଇକର ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ଘଟଣା କଣ ଥିଲା ?

ସୂତ୍ରାନୁସାରେ , ଏକ ବୋଇଂ ୭୪୭ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଏହାର ତୁରନ୍ତ ପରେ, ଏୟାର ଇଣ୍ଡିଆର ଏକ ବିମାନ ଅବତରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହା ମଧ୍ୟ ରିପୋର୍ଟ କରାଯାଇ ଥିଲା ଯେ, ବୋଇଂ ୭୪୭ର ଇଞ୍ଜିନରେ ୱିଣ୍ଡ ଟର୍ବୁଲେନ୍ସ ହୋଇଥିଲା। ଏହି ସମୟରେ ଏୟାର ଇଣ୍ଡିଆର ପାଇଲଟଙ୍କୁ ଅନୁଭବ ହେଲା ଯେ, ଅବତରଣରେ ସମସ୍ୟା ହୋଇପାରେ। ଏଥିପାଇଁ ପାଇଲଟ ନିର୍ଦ୍ଦିଷ୍ଟ ଷ୍ଟାଣ୍ଡାର୍ଡର ପାଳନ ପୂର୍ବକ ଗୋ-ଅରାଉଣ୍ଡ କଲର ନିଷ୍ପତ୍ତି ନେଇଥିଲେ।

ଟେଲ୍ ଷ୍ଟ୍ରାଇକ୍ କ'?

ଯେତେବେଳେ ବିମାନର ପଛ ଭାଗ ରନୱେ ସଂସ୍ପର୍ଶରେ ଆସେ , ସେତେବେଳେ ଏହି ଘଟଣାକୁ ଟେଲ୍ ଷ୍ଟ୍ରାଇକ୍ କହନ୍ତି। ଏହା ଉଡ଼ାଣ କିମ୍ବା ଅବତରଣ ସମୟରେ ହୋଇପାରେ। ଟେଲ୍ ଷ୍ଟ୍ରାଇକ୍ ପରେ ସମସ୍ତ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଏ। ଏହି ଘଟଣା ପରେ, ଏୟାର ଇଣ୍ଡିଆର ଫ୍ଲାଇଟ୍ ନମ୍ବର ଏଆଇ ୨୬୫୧, ଯାହା ଏକ ନ୍ୟାରୋ-ବଡି ଏୟାରବସ୍ ଏ୩୨୧, ଯାଞ୍ଚ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି। ଅଧିକାରୀଙ୍କ ମୁତାବିକ , ଏହି କାରଣରୁ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ ବିମାନକୁ ବାତିଲ କରାଯାଇଛି।

ଏୟାରଲାଇନର ପ୍ରତିକ୍ରିୟା

ଉକ୍ତ ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ବିବୃତ୍ତି ମଧ୍ୟ ଆସିଛି। ଏୟାରଲାଇନର ମୁଖପାତ୍ର କହିଛନ୍ତି, ଏୟାର ଇଣ୍ଡିଆ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରୁଛି। ସେ ଆହୁରି କହିଛନ୍ତି , ଆମ ଯାତ୍ରୀ ଓ ଚାଳକ ଦଳର ସୁରକ୍ଷା ଆମର ସବୁଠୁ ବଡ଼ ପ୍ରାଥମିକତା ରହିଥାଏ। ମୁଖପାତ୍ର କହିଛନ୍ତି ଯେ, ପ୍ରଭାବିତ ଯାତ୍ରୀଙ୍କ ପାଇଁ ବୈକଳ୍ପିକ ବ୍ୟବସ୍ଥା କରାଯାଉଛି। ଏହି ମୁତାବିକ ,ବେଙ୍ଗାଲୁରୁ ସ୍ଥିତ ଗ୍ରାଉଣ୍ଡ ଟିମ୍ ସବୁ ଜରୁରୀ ସହାୟତା ଉପଲବ୍ଧ କରାଉଛି।

ଆହୁରି ମଧ୍ୟ ପଢନ୍ତୁ : ଏୟାରପୋର୍ଟରେ କଡ଼ାକଡ଼ି ଚେକିଂ, ୨୧ ଦିନ ଯାଏଁ ନୀରିକ୍ଷଣ, ହାଇ-ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି...