ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର B787 ଡ୍ରିମଲାଇନର ବିମାନ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୨୫୨ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ୨ ଜଣ ପାଇଲଟ୍, ୧୦ ଜଣ କ୍ରୁ ସଦସ୍ୟ ଏବଂ ୨୪୨ ଜଣ ଯାତ୍ରୀ ଥିଲେ।
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଅନୁଯାୟୀ, ଏୟାର ଇଣ୍ଡିଆର ବିମାନଟି ଅପରାହ୍ନ ୧.୩୮ ରେ ଅହମ୍ମଦାବାଦରୁ ଉଡ଼ାଣ ଆରମ୍ଭ କରିଥିଲା।
ଡିଜିସିଏଙ୍କ ଅନୁଯାୟୀ, ଉଡ଼ାଣ ଭରିବା ପରେ, ବିମାନଟି ୫ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ରହିଥିଲା । କିନ୍ତୁ ୬୨୫ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ଏହା ତଳକୁ ଆସିବା ଆରମ୍ଭ କରିଥିଲା ଏବଂ ଏକ କୋଠା ସହିତ ଧକ୍କା ହୋଇଥିଲା। ବିମାନଟି ଏକ ଆବାସିକ ଅଞ୍ଚଳ ମେଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବିଜେ ମେଡିକାଲ କଲେଜ ହଷ୍ଟେଲ କୋଠାରେ ବିମାନ ଧକ୍କା ଦେଇଥିଲା। ବିମାନ ଦୁର୍ଘଟଣା ପରେ ମେଡିକାଲ କଲେଜ ହଷ୍ଟେଲ କୋଠାର ଯନ୍ତ୍ରଣାଦାୟକ ଚିତ୍ର ସାମ୍ନାକୁ ଆସିଛି। ବିମାନଟି କଲେଜ ସହିତ ଧକ୍କା ହୋଇଥିଲା। ଏହି କାରଣରୁ, ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ୯୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ NDRFର ତିନୋଟି ଦଳକୁ ଗାନ୍ଧୀନଗରରୁ ବିମାନ ଦୁର୍ଘଟଣାସ୍ଥଳକୁ ପଠାଯାଇଛି।
ଭଦୋଦରାରୁ ଆହୁରି ତିନୋଟି ଦଳ ପଠାଯାଇଛି। ବିମାନରେ କ୍ୟାପ୍ଟେନ ସୁମିତ ସବରୱାଲ ଏଆଂ କ୍ଲାଇଭ କୁନ୍ଦର ପାଇଲଟ ଥିଲେ । କ୍ୟାପ୍ଟେନ ସୁମିତ ସବରୱାଲ ୮୨୦୦ ଘଣ୍ଟା ଅଭିଜ୍ଞତା ଥିଲା। ସହ-ପାଇଲଟ କ୍ଲାଇଭଙ୍କର ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା।