ନୂଆଦିଲ୍ଲୀ,୦୩/୦୪; ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କୋଲାକାତା ନାଇଟ୍ ରାଇଡର୍ସ ୬୫ ରନରେ ପରାସ୍ତ ହୋଇଛି । ଏହା ଦଳର ଲାଗାତର ଦ୍ୱିତୀୟ ପରାଜୟ । ଏହି ପରାଜୟ ପରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ସମାଲୋଚଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ''ତାଙ୍କ ବିରୋଧରେ ଏକ ଏଜେଣ୍ଡା ଚାଲିଛି । ଯେଉଁମାନେ ତାଙ୍କ ବିରୋଧରେ ନକରାତ୍ମକ କଥା କହୁଛନ୍ତି ସେମାନେ ତାଙ୍କ ପ୍ରତି ଇର୍ଷା କରୁଛନ୍ତି ।'' ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀ ମଝିରେ କେକେଆର କ୍ୟାପ୍ଟେନ ଅଜିଙ୍କ୍ୟ ରାହାଣେ ତାଙ୍କ ଷ୍ଟ୍ରାଇକ୍ ରେଟ ନେଇ ରାଗି ଯାଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୫ ରନରେ ପରାଜୟ ପରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୋଲାଖୋଲି ଭାବରେ ତାଙ୍କ ସମାଲୋଚକମାନଙ୍କୁ ଟାର୍ଗେଟ କରିଥିଲେ । ସାଧାରଣତଃ ଶାନ୍ତ ରହୁଥିବା ରାହାଣେ ପ୍ରେସମିଟରେ ଆକ୍ରାମଣତ୍ମକ ଦେଖାଯାଇଥିଲେ ।
ସମାଲୋଚନାର ଜବାବ ଦେଇ ରାହାଣେ କହିଥିଲେ,"ହୁଏତ ଲୋକମାନେ ମୁଁ ପାଇଥିବା ସଫଳତା ପାଇଁ ଈର୍ଷା କରୁଛନ୍ତି । ମୁଁ ଏହା ବିଷୟରେ ଚିନ୍ତା କରେ ନାହିଁ । ଗୋଟିଏ ଇନିଂସର କିଛି ମୂଲ୍ୟ ନାହିଁ । ଲୋକମାନେ ତାଙ୍କୁ ଭିନ୍ନ ଭାବେ ବ୍ୟାଟିଂ କରୁଥିବା ଦେଖିବାକୁ ଚାହାନ୍ତି, କିନ୍ତୁ ସେ ତାଙ୍କ ଶୈଳୀରେ ଆତ୍ମବିଶ୍ୱାସୀ । କେବେକେବେ ବ୍ୟାଟର ଭାବେ ଲୟ ମିଳିନଥିଲା । ଯେଉଁମାନେ କଥା କହୁଛନ୍ତି ସେମାନେ ଖେଳକୁ ବୁଝିନାହାନ୍ତି ।ମୁଁ ବିଚଳିତ ନୁହେଁ । ମୁଁ ଜାଣେ ପୂର୍ବରୁ କଣ କରିଛି କଣ କରିବି । ସେମାନଙ୍କୁ କଥା ହେବାକୁ ଦିଏ । ସେମମାନଙ୍କୁ କଥା ହେବାକୁ ଦିଅ । ରାହାଣେ ଆଶା କରନ୍ତି ଯେ ମୁଁ ଏହିପରି ଖେଳିପାରିବି । ଏହା ଭଲ ଯେ ଲୋକମାନେ ମୋ ବିଷୟରେ କଥାବାର୍ତ୍ତା କରୁଛନ୍ତି, ନକାରାତ୍ମକ ହେଉ କି ସକରାତ୍ମକ ।
ଏହା ବି ପଢନ୍ତୁ...KKR ବିପକ୍ଷ ବିଜୟ ପରେ ଅଡୁଆରେ ଅଭିଷେକ, 'ଅଷଭ୍ୟ ଭାଷା' କହିବାରୁ କଟିଲା ମ୍ୟାଚ୍ ଫିସ୍
ସ୍ପିନ୍ ବିରୁଦ୍ଧରେ ତାଙ୍କର ଦୁର୍ବଳତା ମଧ୍ୟବର୍ତ୍ତୀ ଓଭରଗୁଡ଼ିକରେ (୭-୧୫) ସ୍ପଷ୍ଟ ଦେଖାଯାଏ, ଯେଉଁଠାରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୧୪.୦୨କୁ ହ୍ରାସ ପାଏ । ଏହି କାରଣରୁ ତାଙ୍କର ତାଙ୍କର ଆଭିମୁଖ୍ୟ ଉପରେ ନିରନ୍ତର ପ୍ରଶ୍ନ ଉଠିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ରାହାଣେ ୧୦ ବଲ୍ରେ ୮ ରନ୍ କରି ଆଉଟ୍ ହୋଇଥିଲେ । ପଞ୍ଚମ ଓଭରର ଶେଷ ବଲ୍ରେ ଜୟଦେବ ତାଙ୍କୁ ଆଉଟ୍ କରିଥିଲେ । କୋଲକାତା ବନାମ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବିଷୟରେ କହିବାକୁ ଗଲେ, ୨୨୭ ରନର ବିଜୟ ଲକ୍ଷ୍ୟ ନେଇ କୋଲକାତା ୧୬୧ରନରେ ଅଲଆଉଟ୍ ହୋଇଥିଲା । ଦଳ ଗୋଟିଏ ବି ୫୦ ରନର ପାର୍ଟନସିପ୍ କରିପାରିନଥିଲା । ୧୨୦/୩ରୁ ୪୧ ରନ ମଧ୍ୟର ୭ଟି ୱିକେଟ ହରାଇଥିଲା । ରାହାଣେ ପରାଜୟ ପାଇଁ ପିଚକୁ ଦାୟୀ କରିଛନ୍ତି । ସେ କହିଥିଲେ, ୱିକେଟ ଭଲ ଥିଲା । ବୋଲରମାନେ ୧୦ ଓଭର ପରେ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ସମୟରେ ହାଇଦ୍ରାବାଦ ୨୫୦-୨୬୦ ରନ୍ ଆଡକୁ ଯାଉଥିଲା କିନ୍ତା ଆମେ ସେମାନଙ୍କୁ ଅଟକାଇଦେଲୁ । କ୍ୟାମରେନ ଗ୍ରୀନଙ୍କ ରନଆଉଟ୍ ରନ ଚେଜରେ ମୋଡ ବଦଳାଇବାର ଚାଞ୍ଚ ଥିଲା । ପ୍ରଥମ ୬ ଓଭର ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଆମକୁ ଏକ ବଡ ଭାଗୀଦାରୀ ଆବଶ୍ୟକ ଥିଲା ଯାହା ଆମେ ଗଢି ପାରିଲୁ ନାହିଁ । କେକେଆର ଏପ୍ରିଲ ୬ରେ ପଞ୍ଜାବ ଏବଂ ୯ରେ ଲକ୍ଷ୍ନୌ ବିପକ୍ଷରେ ଖେଳିବ ।