ନୂଆଦିଲ୍ଲୀ ; ୧୨/୧ : ଆୟା ରାମ ଗେୟା ରାମ । ରାଜନୀତିରେ ଏହି ଉକ୍ତିର ଅନେକ ଯଥାର୍ଥ ରହିଛି । ରାଜନୀତିରେ ଆଜିଯିଏ ଶତ୍ରୁ ଆସନ୍ତାକାଲି ସିଏ ମିତ୍ର ପାଲଟି ଯାଉଛି । ଏମିତି ଅନେକ ଉଦାହରଣ ଆପଣମାନେ ପୂର୍ବରୁ ଶୁଣିଥିବେ ନିଶ୍ଚୟ । ତେବେ ମହାରା​‌ଷ୍ଟ୍ର ରାଜନୀତିରେ ବଦଳୁଥିବା ପାଣିପାଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଏହାରିଭିତରେ ଚର୍ଚ୍ଚା ହେଉଛି କି, ସାଂସଦ ସୁପ୍ରିୟା ସୁଲେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ଏମିତି ଏକ ଚର୍ଚ୍ଚା ରାଜନୈତିକ ମହଲରେ ବେଶ ସରଗରମ ହୋଇଛି । ତେବେ ଏହାକୁ ନେଇ ସାମ୍ବାଦିକମାନେ ଅଜିତ ପାଓ୍ବାରଙ୍କୁ ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା ।

ଅଜିତ ପାଓ୍ବାରଙ୍କ ରାଗ ଏତେ ବଢ଼ିଯାଇଥିବା ଦେଖିବାକୁ ମିଳିଥିଲା କି, ସେ କ୍ୟାମେରା ଆଗରେ ବିରକ୍ତ ହୋଇଥିଲେ । ସେ କହିଥିଲେ କି, ମୁଁ କଣ ଜ୍ୟୋତିଷ କି ? କିଏ କୁଆଡ଼େ ଯିବେ ମୁଁ କହିପାରିବି । ଏହା ଏକ ଅଯଥା ପ୍ରଶ୍ନ । ଅନାବଶ୍ୟକ ଭାବେ ବ୍ରେକିଂ ହୋଇଯାଏ । ମୁଁ ଏଭଳି ପ୍ରଶ୍ନର ଉତ୍ତର ଦେବା ବଦଳରେ ବିକାଶ ପାଇଁ ଚିନ୍ତା କରିବି । ସେପଟେ ଅପରେସନ୍ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକ ପରଠାରୁ ମୋଦୀଙ୍କ ପ୍ରଂଶସା କରୁଛନ୍ତି ସୁପ୍ରିୟା ସୁଲେ । ସବୁବେଳେ ଟାର୍ଗେଟ କରୁଥିବା ଏହି ନେତ୍ରୀଙ୍କ ପ୍ରଂଶସା ପରେ କୁହାଯାଉଛି କି, ସେ ବିଜେପିରେ ଯୋଗ ଦେଇପାରନ୍ତି । ​​​​​​​