ନୂଆଦିଲ୍ଲୀ,୧୭।୨: ନିକଟରେ ମହାରାଷ୍ଟ୍ରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏବେ ମହାରାଷ୍ଟ୍ର ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପତ୍ନୀ ସୁନେତ୍ରା ପାୱାର ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହା ସହ କହିଛନ୍ତି, ଏହି ଘଟଣା ପଛରେ ଥିବା ସତ୍ୟତା ସାମନାକୁ ଆସିବା ନିହାତି ଦରକାର। ମଙ୍ଗଳବାର ସୁନେତ୍ରାଙ୍କ ନେତୃତ୍ବରେ ଏନ୍ସିପି ଅଜିତ ପାୱାର କ୍ୟାମ୍ପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ସାକ୍ଷାତ କରିଛି। ଏନ୍ସିପି ନେତାଙ୍କ ଦ୍ବାରା ସାକ୍ଷାତ ବେଳେ ଅଜିତପାୱାରପ୍ଲେନ୍ କ୍ରାସ୍ ମାମଲାରେ ସିବିଆଇ ତଦନ୍ତ ଦାବି କରାଯାଇଛି।
ଦୁଇ ନେତା ଏ ସମ୍ପର୍କରେ କଥା ହୋଇ ସ୍ପଷ୍ଟ କରିଛନ୍ତି ଯେ, ପାର୍ଟି ଓ ପରିବାର ଏହି ମାମଲାରେ ପାରଦର୍ଶିତା ଚାହୁଁଛି। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି, ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତକୁ ତୁରନ୍ତ ମଞ୍ଜୁରୀ ଦିଆଯାଉ। ଏହା ପୂର୍ବରୁ ଅଜିତପାୱାରଙ୍କ ପୁତୁରା ରୋହିତପାୱାରବହୁବାର ବିମାନ ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏବେ ଅଜିତପାୱାରଙ୍କ ପତ୍ନୀ ସୁନେତ୍ରାପାୱାରସିବିଆଇ ତଦନ୍ତ ଦାବି କରିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତଙ୍କ ସହିତ ବହୁ ବିରୋଧି ନେତା ଏହି ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଉଛନ୍ତି।
ଅନ୍ୟପକ୍ଷେ ସୁନେତ୍ରା ୨୬ ଫେବୃଆରୀରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ନ୍ୟାସନାଲ ପ୍ରେସିଡେଣ୍ଟ ହେବାକୁ ଯାଉଛନ୍ତି। ଏନ୍ସିପି ମହାରାଷ୍ଟ୍ରର ପ୍ରେସିଡେଣ୍ଟ ସୁନିଲ ତଟକରେ କହିଛନ୍ତି, ସେହି ଦିନ ହେବାକୁ ଥିବା ଦଳର ନ୍ୟାସନାଲ ଏକଜିକ୍ୟୁଟିଭ ମିଟିଂରେ ତାଙ୍କୁ ଫର୍ମାଲି ଏହି ପୋଷ୍ଟ ପାଇଁ ଚୟନ କରାଯିବ। ଏହି ନିଷ୍ପତ୍ତି ଆଜି ମୁମ୍ବାଇରେ ଅଜିତପାୱାରଙ୍କ ଗ୍ରୁପ୍ର ବରିଷ୍ଠ ନେତା ଓ ବିଧାୟକଙ୍କ ମିଟିଂରେ ନିଆଯାଇଛି। ମିଟିଂ ବେଳେ ନେତାମାନେ ଟପ୍ ଅର୍ଗାନାଇଜେସନାଲ ପୋଷ୍ଟ ପାଇଁ ସୁନେତ୍ରାଙ୍କ ନାଁ ଉପରେ ସହମତି ପ୍ରକାଶ କରିଥିଲେ।