ନୂଆଦିଲ୍ଲୀ,୩୦/୦୧: ଚଳଚଞ୍ଚଳ ମହାରାଷ୍ଟ୍ର ଏବେ ମଉନ ହୋଇଯାଇଛି । ସମସ୍ତେ ସ୍ତବ୍ଧ । ପରିବାରରେ ଦୁଃଖର ପାହାଡ଼ ଖସି ପଡ଼ିଛି । ବାପାଙ୍କୁ ହରାଇଛନ୍ତି ଦୁଇ ପୁଅ । ସ୍ୱାମୀଙ୍କୁ ହରାଇଛନ୍ତ ସ୍ତ୍ରୀ । ଆଉ ସନ୍ତାନକୁ ହରାଇଛନ୍ତି ଜଣେ ବୃଦ୍ଧା ମା' । କେଉଁ ମା' ସହିବ ତାର ଆଖି ସାମ୍ନାରେ ସନ୍ତାନର ମୃତ୍ୟୁ । ସେମିତି ଜଣେ ମା' ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଆଜିତ୍ ପାୱାରଙ୍କ ମା' । ଗତ ବୁଧବାର ବାରମତିରେ ଆଜିତ୍ ପାୱାରଙ୍କ ପ୍ଲେନ୍ କ୍ରାସ୍ ହୋଇଥିଲା । ଅଜିତଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସମୟରେ ଆଜିତଙ୍କ ମା' ଟିଭି ଦେଖୁଥିଲେ । ଆଜିତଙ୍କ ପ୍ଲେନ୍ କ୍ରାସ୍ ଖବର ଶୁଣି ସେ ଲୋକଙ୍କୁ ପଚାଥିଲେ ଦାଦାର କଣ କିଛି ଦୁର୍ଘଟଣା ହୋଇଛି କି ? ମା' ମନ ବିଚଳିତ ହୋଇଥିଲା । ପୁଅ ବିଷୟରେ ଜାଣିବାକୁ ବ୍ୟାକୁଳ ହୋଇଥିଲେ ଅଜିତ୍ ପାୱାରଙ୍କ ମା' ।

ଯେତେବେଳେ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣା ସମ୍ପର୍କିତ ସୂଚନା ଆସିଲା, ସେତେବେଳେ ଅଜିତ ପାୱାରଙ୍କ ମା’ ଆଶା ତାଇ ଟିଭି ଦେଖୁଥିଲେ । ସୂଚନା ଦେଖିବା ମାତ୍ରେ ସେ ଲୋକମାନଙ୍କୁ ଅଜିତ୍ ପାୱାରଙ୍କ ବିଷୟରେ ପଚାରିବା ଆରମ୍ଭ କରିଦେଲେ । ଲୋକମାନେ ତାଙ୍କୁ କହିଲେ ଯେ, ସାମାନ୍ୟ ଆଘାତ ଲାଗିଛି, କିନ୍ତୁ ମା’ର ମନ ମାନିଲା ନାହିଁ । ସେ ବାରାମତୀ ହସ୍ପିଟାଲ ଯିବା ପାଇଁ ଜିଦ୍ କଲେ । ଲୋକମାନେ ମନା କରିବାରୁ ସେ ଏକାକୀ ପାଦରେ ଚାଲି ଚାଲି ହସ୍ପିଟାଲ ଅଭିମୁଖେ ବାହାରି ପଡ଼ିଲେ । ମା' ଙ୍କ ଜିଦ୍ ଆଗରେ ଉପାୟ ଶୂନ୍ୟ ହୋଇ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଗଲେ । ସେଠାରେ ପହଞ୍ଚିବା ପରେ ସେ ଅନୁଭବ କଲେ ଯେ, ବିଷୟଟି ଗମ୍ଭୀର । କିନ୍ତୁ ସେ ଧୈର୍ଯ୍ୟ ଧରି ରହିଲେ ଏବଂ ଚୁପଚାପ୍ ବାହାରେ ବସି ରହିଲେ । କିଛି ସମୟ ପରେ ତାଙ୍କୁ ଆଧିକାରିକ ଭାବେ ସୂଚନା ଦିଆଗଲା ଯେ ଅଜିତ୍ ପାୱାର ଆଉ ନାହାନ୍ତି । ପୁଅର ମୃତ୍ୟୁ ଖବର ଶୁଣି ମା’ଙ୍କ ଧୈର୍ଯ୍ୟ ଭାଙ୍ଗିଗଲା ଏବଂ ସେ ବିକଳ ହୋଇ କାନ୍ଦିବାକୁ ଲାଗିଲେ । ଗୋଟିଏ ମା' ଆଖି ଆଗରେ ପୁଅର ମୃତ୍ୟୁ ହେବାଠୁ ବଡ଼ ଦୁଃଖ ଆଉ କଣ ବା ହୋଇପାରେ ।

କେବୁଲ୍ କାଟି ଦିଆଗଲା- ଅଜିତଙ୍କ  ମା ଆଶାତାଇ ତାଙ୍କ ମୃତ୍ୟୁ ଖବର ଶୁଣିନଥିଲେ । ଦୁର୍ଘଟଣା ସମୟରେ ସେ ଟେଲିଭିଜନ ଦେଖୁଥିଲେ । ହଠାତ୍ ଚ୍ୟାନେଲଗୁଡିକରେ ବ୍ରେକିଂ ନ୍ୟୁଜ୍ ପ୍ରସାରିତ ହୋଇଥିଲା ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ଏ ଖବର କିପରି ତାଙ୍କ  ମା’ନ ଜାଣିବେ ସେ ନେଇ କର୍ମଚାରୀମାନେ ତୁରନ୍ତ ଏକ ପଦକ୍ଷେପ ନେଇଥିଲେ । କାଟେୱାଡିର ସମ୍ପଦ ଧୈଗୁଡେ ଘର ସହିତ କେବୁଲ ସଂଯୋଗ କାଟି ଦେଇଥିଲେ । ଏହା ପରେ ଟିଭିରେ କୌଣସି ବ୍ରେକିଂ ନ୍ୟୁଜ୍ ଦେଖାଯାଇନଥିଲା । ହେଲେ ଅଜିତଙ୍କ ମୃତ୍ୟୁ ଖବର ଲୁଚାଇପାରିଲେ ନାହିଁ । କିଛି ସମୟ ପରେ ସମ୍ପର୍କୀୟଙ୍କ ଫୋନ ଆସିବା ଆରମ୍ଭ ହେଲା । ଏଥିରେ ଆଶାତାଇ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅର କିଛି ହୋଇଛି । ଏହା ପରେ ବାରାମତିରେ ଶୋକର ଛାୟା ଖେଳିଗଲା । ପାୱାର ପରିବାର ଓ ତାଙ୍କ ସମର୍ଥକମାନେ ଅସହାୟ ହୋଇପଡିଲେ ।

​​​​​​​

ଏହା ବି ପଢନ୍ତୁ...ଅଜିତ୍‌ଙ୍କ ପତ୍ନୀ ସୁନେତ୍ରା ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ, ପ୍ରଫୁଲ ପଟେଲ ଦଳର ମୁଖ୍ୟ ହେବା ସମ୍ଭାବନା

୬୭ ବର୍ଷୀୟ ଅଜିତ୍ ପାୱାରଙ୍କ ଜିଲ୍ଲା ପୁଣେ ପରିଷଦ ନିର୍ବାଚନ ପାଇଁ ୪ ରାଲିରେ ସମ୍ବୋଧନ କରିବାକୁ ଯାଉଥିଲେ । ତାଙ୍କର ବିମାନ ଦୁର୍ଘଟଣା କେବଳ ମହାରାଷ୍ଟ୍ର ରାଜନୀତି ନୁହେଁ, ମଧ୍ୟପ୍ରଦେଶ ଗ୍ୱାଲିୟର ଜଣେ ଝିଅଙ୍କୁ ହରାଇଥିଲା । ମହାରାଷ୍ଟ୍ର ଡେପୁଟୀ ସିଏମଙ୍କ ବିମାନ ଉଡ଼ାଉଥିବା ଯୁବ ପାଇଲଟ୍ ଶମ୍ଭାବୀ ପାଠକଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।  ଗତକାଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ପୁନେ ଜିଲ୍ଲା ବାରାମତୀର ବିଦ୍ୟା ପ୍ରତିଷ୍ଠାନ ମୈଦାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଦୁଇ ପୁଅ ପାର୍ଥ ଏବଂ ଜୟ ତାଙ୍କୁ ମୁଖାଗ୍ନି ଦେଇଥିଲେ । ପତ୍ନୀ ସୁନେତ୍ରା ଗଙ୍ଗାଜଳ ଦେଇ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ ।