ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ବିଜେପି ପାଇଁ ଅଡ଼ୁଆ ବଢ଼ିଲା, ଶପଥ ଗ୍ରହଣ ସମାରୋହ ପୂର୍ବରୁ ବଡ଼ ଦାବି ରଖିଲା ଅଜିତ ପାଓ୍ବାରଙ୍କ ଏନସିପି

Published By : Tapas Panda | December 3, 2024 8:43 PM

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପୂର୍ବରୁ ଅଜିତ ପାଓ୍ବାରଙ୍କ ଏନସିପି ଚିନ୍ତା ବଢ଼ାଇଛି।  ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଭଳି ସରକାରରେ ସମାନ ସ୍ଥାନ ଦାବି କରିଛି ଏନସିପି । ଦଳୀୟ ନେତା ଛଗନ ଭୂଜବଳ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଏନସିପିର ଭଲ ଷ୍ଟ୍ରାଇକ୍‌ ରେଟ୍‌ ରହିଛି । ତେଣୁ ନୂଆ ସରକାରରେ ଶିବସେନା ଭଳି ଏନସିପିର ସମାନ ଭାଗିଦାରୀ ରହିବା ଦରକାର । ସରକାର ଗଠନ ନେଇ କସରତ ଚାଲିଥିବା ବେଳେ ଏନସିପିର ଏହି ଦାବି ସାମ୍ନାକୁ ଆସିଛି ।  

ଛଗନ ଭୂଜବଳ ସ୍ପଷ୍ଟ ଭାବରେ କହିଛନ୍ତି, ବିଧାନସଭା ନିର୍ବାଚନରେ ଅଜିତ ପାଓ୍ବାରଙ୍କ ନେତୃତ୍ବରେ ଖୁବ ଭଲ ପ୍ରଦର୍ଶନ କରିଛି ଏନସିପି । ଆଗାମୀ ସରକାରରେ ଶିବସେନା ଭଳି ଏନସିପିକୁ ସମାନ ଭାବରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳିବା ଦରକାର । ଛଗନ ଭୂଜବଳ କହିଛନ୍ତି ଯେ, ‘ଯଦି ଆମେ ମେଣ୍ଟର ଷ୍ଟ୍ରାଇକ୍‌ ରେଟ୍‌କୁ ଦେଖିବା ତେବେ ବିଜେପି ପରେ ଏନସିପି ରହିଛି । ସିନ୍ଦେଙ୍କ ଶିବସେନା ତୃତୀୟ ସ୍ଥାନରେ ରହିଛି । ତେଣୁ ଆମର ଦା, ସରକାରରେ ଶିବସେନା ଭଳି ଆମକୁ ପ୍ରାଧାନ୍ୟ ଦିଆଯାଉ ।’ ଏହା ପୂର୍ବରୁ ଅଜିତ ପାଓ୍ବାରଙ୍କ ଲାଗି ମୁଖ୍ୟମନ୍ତ୍ରୀ ପଦ ଦାବି କରିଥିଲେ ଛଗନ ଭୂଜବଳ । 

ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୩୨ ଆସନରେ ବିଜୟୀ ହୋଇଛି । ଦଳ ୧୪୮ ଆସନରେ ପ୍ରାର୍ଥୀ ଦେଇଥିଲା । ଫଳରେ ବିଜେପି ଷ୍ଟ୍ରାଇକ୍‌ ରେଟ୍‌ ୮୮.୫ ପ୍ରତିଶତ ରହିଛି । ସେହିଭଳି ଏନସିପି ୫୯ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୪୧ ସିଟ୍‌ରେ ବିଜୟ ହାସଲ କରିଛି । ଏନସିପିର ଷ୍ଟ୍ରାଇକ୍‌ ରେଟ୍‌ ୬୯.୫ ପ୍ରତିଶତ ରହିଛି । ସେପଟେ ସିନ୍ଦେଙ୍କ ଶିବସେନା ୮୧ ଆସନରେ ଲଢ଼ି ୫୬ଟି ସିଟ୍‌ରେ ଜିତିଛି । ତେଣୁ ଶିବସେନାର ଷ୍ଟ୍ରାଇକ୍‌ ରେଟ୍‌ ଉଭୟ ବିଜେପି ଏବଂ ଏନସିପି ତଳକୁ ୭୦.୪  ପ୍ରତିଶତ ରହିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.