ମୁମ୍ବାଇ,୨୭।୧୦:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ସବୁ ଦଳ ପ୍ରାର୍ଥୀ ଘୋଷଣା କରୁଛନ୍ତି। ଏହି ସମୟରେ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରାଜ୍ୟରେ ଆସନ ବଣ୍ଟନରେ ଖୁସି ମନେ ହେଉନାହାଁନ୍ତି । ଏପରିକି ସେ ମହାବିକାଶ ଅଘାଡିକୁ (ଏମଭିଏ) କୁ ମଧ୍ୟ ଚେତାବନୀ ଦେଇଛନ୍ତି। ଅଖିଲେ କହିଛନ୍ତି ଯେ ରାଜନୀତିରେ ବଳିଦାନର ସ୍ଥାନ ନାହିଁ।

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, "ମହାରାଷ୍ଟ୍ରରେ ଆସନ ବଣ୍ଟନକୁ ନେଇ ସମାଜବାଦୀ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ନିଷ୍ପତ୍ତି ନେବେ, ପ୍ରଥମେ ଆମେ ମେଣ୍ଟରେ ରହିବାକୁ ଚେଷ୍ଟା କରିବୁ। କିନ୍ତୁ ଯଦି ସେମାନେ (ମହା ବିକାଶ ଅଘାଡି) ଆମକୁ ମେଣ୍ଟରେ ରଖିବେ ନାହିଁ, ତେବେ ଆମେ ସେହି ଆସନରେ ନିର୍ବାଚନ ଲଢିବୁ ଯେଉଁଠାରେ ଆମେ ଭୋଟ୍ ପାଇବୁ କିମ୍ବା ଆମର ସଂଗଠନ ସେଠାରେ କାର୍ଯ୍ୟ କରୁଛି, ଆମେ ସେହି ଆସନରେ ନିର୍ବାଚନ ଲଢିବୁ ଯାହା ମେଣ୍ଟର କ୍ଷତି କରିବ ନାହିଁ, କିନ୍ତୁ ରାଜନୀତିରେ ବଳିଦାନର ସ୍ଥାନ ନାହିଁ।

ସମାଜବାଦୀ  ମୁଖ୍ୟ ଅଖିଳେଶ ଯାଦବଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଏସପି ଚାହୁଁଥିବା ତିନିଟି ଆସନରେ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଦ୍ୱାରା ପ୍ରାର୍ଥୀଙ୍କ ନାମ ଘୋଷଣା ଏସପିଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। 

ଏହାପୂର୍ବରୁ ମହାରାଷ୍ଟ୍ର ସମାଜବାଡି ପାର୍ଟି ସଭାପତି ଆବୁ ଆଜମୀ କହିଥିଲେ, ଆସନ ବଣ୍ଟନ ତ ପୂର୍ବରୁ ହୋଇଯିବାର ଥିଲା। ଆମେ ମଧ୍ୟ ମହା ବିକାଶ ଆଘାଡିର ଏକ ଅଂଶ କିନ୍ତୁ ସିଟ୍ କାହିଁକି ବଣ୍ଟନ କରାଯାଉ ନାହିଁ ତାହା ଜାଣିନାହୁଁ। ଆମେ କଦାପି ଭୋଟ୍ ବିଭାଜନ ଚାହୁଁନାହୁଁ, ଆମେ ଚାହୁଁ ଯେ ମହାବିକାଶ ଅଘାଡି ଜିତୁ କିନ୍ତୁ ମୁଁ ଜାଣେ ନାହିଁ ସିଟ୍ ବଣ୍ଟନ କାହିଁକି ହେଉନାହିଁ, ଆମେ ଏଭଳି ୫ ଟି ଆସନରେ ଜିତିପାରିବୁ, ଯଦି ଆମକୁ ସେହି ୫ ଟି ସିଟ୍ ଦିଆନଯାଏ ତେବେ ଆମେ ୨୫ ସିଟ୍‌ରେ ନିର୍ବାଚନ ଲଢିବୁ।