ନୂଆଦିଲ୍ଲୀ: ଛାତରୁ ପଡ଼ିଗଲେ କି ? କେହି ତାଙ୍କୁ ଠେଲି ଦେଲା କି ? ଜାଣିଶୁଣି ହାରିଲେ କି ଜୀବନ ? ଯଦି ଜୀବନ ହାରିଲେ ଏହା ପଛରେ କ’ଣ ରହିଛି କାରଣ ? ଏଭଳି ତମାମ ପ୍ରଶ୍ନ ଉଠିଛି ଦିଲ୍ଲୀର ଲୋଧି କଲୋନୀରେ ରହୁଥିବା ଆକୃତି ସୂତାରଙ୍କ ମୃତ୍ୟୁକ ନେଇ ଉଠିଛି । ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ୨୮ ବର୍ଷୀୟା ନବବିବାହିତାଙ୍କ ମୃତ୍ୟୁକୁ ନେଇ ଏବେ ସୃଷ୍ଟି ହୋଇଛି ଅନେକ ସନ୍ଦେହ । ପରିବାର ଲୋକେ ଶାଶୂଘର ଲୋକଙ୍କ ନାଁରେ ଆଣିଛନ୍ତି ଘରୋଇ ହିଂସା ଏବଂ ନିର୍ଯାତନାର ଅଭିଯୋଗ ।

କହି ରଖୁଛି କି, ଗତ ଏପ୍ରିଲ ୨୪ ତାରିଖରେ ଅରସ୍ତୁଙ୍କୁ ପ୍ରେମ ବିବାହ କରିଥିଲେ ଆକୃତି । ଝିଅର ପରିବାର ଲୋକେ କହିଛନ୍ତି କି, ଜ୍ବାଇଁ ବିବାହ ପରଠାରୁ ସବୁବେଳେ ମାଡ଼ ମାରୁଥିଲେ । ୩ ଦିନ ବିବାହକୁ ପୂରିଥିବାବେଳେ ସବୁବେଳେ ବିଭିନ୍ନ କଥାକୁ ନେଇ ଝଗଡ଼ା କରୁଥିଲେ । ବାପଘରକୁ ଯିବୁନି, ଚାକିରୀ ଛାଡ଼ିଦିଏ ଭଳି ବିଭିନ୍ନ ପ୍ରସଙ୍ଗରେ ମାଡ଼ ମାରୁଥିଲେ । ବାପଘରୁ ଜିନିଷ ଆଣେ ବୋଲି ମଧ୍ୟ ଧମକ ଦେଉଥିବାବେଳେ ଅଫିସ୍ ବନ୍ଦ କରାଇ ଦେଇଥିଲେ । ସ୍ବାମୀଙ୍କ କଥାରେ ଝିଅ ଅଫିସ୍ ମଧ୍ୟ ଯାଉନଥିଲା । ହେଲେ ଏପ୍ରିଲ୍ ୧ରୁ ପୁଣିଥରେ ଯାଇଥିବାବେଳେ ଏବେ ଏଭଳି ଏକ ଅଘଟଣ ଘଟିଛି । ଏଣୁ ଆମ ଝିଅର ମୃତ୍ୟୁ ପାଇଁ ଜ୍ବାଇଁ ଏବଂ ତାଙ୍କ ପରିବାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ।

ପୁଲିସ ସୂତ୍ରରୁ ଖବର ମିଳିଛି କି, ସେ ଯେଉଁଦିନ ଅଫିସରେ ଯୋଗ ଦେଇଥିଲେ ତାଙ୍କ ସହକର୍ମୀଙ୍କ ପାଇଁ ଏକ ଛୋଟ ପାର୍ଟିର ଆେୟାଜନ କରିଥିଲେ । ଆଉ ସେଠାରୁ ଫେରୁଥିବାବେଳେ ହାଉସିଂ ସୋସାଇଟରେ ପ୍ରବେଶ କରିବାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଶନିବାର ଅପରାହ୍ନ ୨.୨୨ ସମୟରୁ ଛାତରୁ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ପୁଲିସର ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ପୁଲିସ ସୂତ୍ରରୁ ଖବର ମିଳିଛି କି, ଆକୃତି ମୋବାଇଲରେ ସର୍ଚ୍ଚ କରିଥିଲେ ସହଜ ମୃତ୍ୟୁ ପାଇଁ କଣ କରିହେବ ? ଯାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି ।

ଏହାସହ ପଢ଼ନ୍ତୁ : ଗମ୍ଭୀର ଏବଂ ମ୍ୟାନେଜମେଣ୍ଟକୁ ନେଇ କାହିଁକି ଏମିତି କହିଲେ ଅଶ୍ବିନ ?