ନୂଆଦିଲ୍ଲୀ, ୨୬।: ସ୍ୱିଜରଲ୍ୟାଣ୍ଡର ଗ୍ରିଜ୍ ହିମଖଣ୍ଡ ବହୁତ ଦ୍ରୁତ ଗତିରେ ତରଳିବାରେ ଲାଗିଛି ସ୍ୱିସ୍ ଗ୍ଲେସିୟର୍ ମନିଟରିଂ ସର୍ଭିସ୍ ଅନୁଯାୟୀ, ସାରା ଦେଶରେ ବରଫ ଖଣ୍ଡ ତରଳିବା ରେକର୍ଡ ସ୍ତରରେ ପହଞ୍ଚିଛି କେବଳ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଗତ ୧୨ ମାସରେ ଏହାର ବରଫ ଘନତା ୬ ମିଟର ହ୍ରାସ ପାଇଛି ମେ ୨୦୨୫ରେ, ବରଫ ଖଣ୍ଡର ଏକ ବଡ଼ ଅଂଶ ଧସି ପଡ଼ିଥିଲା ଯାହା ଭାଲାଇସ୍ କାଣ୍ଟନର ବ୍ଲାଟେନ୍ ଗାଁକୁ ଧ୍ୱଂସ କରିଦେଲା ଗ୍ଲାମୋସ୍ ନିର୍ଦ୍ଦେଶକ ହସ୍‌ଙ୍କ କହିବାନୁସାରେ, ୨୦୨୨ ଏବଂ ୨୦୨୩ର ଲଗାତାର ଶୁଷ୍କ ବର୍ଷ ଏବଂ ୨୦୨୫ର ଗରମ ପରିସ୍ଥିତିକୁ ଆହୁରି ଖରାପ କରିଥିଲା

ଗ୍ଲାମୋସ୍(GLAMOS) ଅନୁଯାୟୀ, ସ୍ୱିଜରଲ୍ୟାଣ୍ଡରେ ୨୦୧୬ରୁ ୨୦୨୨ ମଧ୍ୟରେ ପ୍ରାୟ ୧୦୦ ହିମଭଣ୍ଡାର ସ୍ଥାୟୀ ଭାବରେ ଅଦୃଶ୍ୟ ହୋଇଛି ଦେଶର ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି, ଯାହା ନଦୀ, ଜଳ ଯୋଗାଣ ଏବଂ ପରିବେଶକୁ ସିଧାସଳଖ ପ୍ରଭାବିତ କରୁଛି ଏହା ବ୍ୟତୀତ ହିମଭଣ୍ଡାର ତରଳିବା ଫଳରେ ପର୍ବତମୟ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନର ଆଶଙ୍କା ବୃଦ୍ଧି ପାଉଛି ଏହା କେବଳ ସ୍ୱିଜରଲ୍ୟାଣ୍ଡର ସମସ୍ୟା ନୁହେଁ, ବରଂ ସାରା ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ବିଶ୍ୱ ପାଣିପାଗ ସଂଗଠନ ଅନୁଯାୟୀ, ୧୯୯୦ ଦଶକ ପରଠାରୁ ବିଶ୍ୱବ୍ୟାପୀ ବରଫ ତରଳିବା ବୃଦ୍ଧି ପାଇଛି

ଗତ ୩ ବର୍ଷ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ବରଫାବୃତ୍ତ ଅଞ୍ଚଳରେ ବରଫ ତରଳିବା ରେକର୍ଡ କରାଯାଇଛି ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଗ୍ରୀଷ୍ମ ଋତୁକୁ ଅଧିକ ଗରମ କରୁଛି, ଯାହା ଫଳରେ ହିମଖଣ୍ଡ ଦ୍ରୁତ ଗତିରେ ତରଳିବାରେ ଲାଗିଛି ଏହି ପ୍ରଭାବ ଆଣ୍ଟାର୍କଟିକା, ହିମାଳୟ ଏବଂ ଆଲପ୍ସ ଭଳି ଅଞ୍ଚଳରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି ତେବେ ଗ୍ରୀନହାଉସ୍ ଗ୍ୟାସ୍ ହ୍ରାସ କରିବା, ଗ୍ରୀଷ୍ମ ଋତୁରେ ଶୀତଳୀକରଣ ପ୍ରଣାଳୀ ଉପରେ ଧ୍ୟାନ ଦେବା ଏବଂ ହିମଖଣ୍ଡ ନିରୀକ୍ଷଣ ବୃଦ୍ଧି କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ସ୍ୱିଜରଲ୍ୟାଣ୍ଡ ପୂର୍ବରୁ ଗ୍ଲାମୋସ୍ ଭଳି ସଂଗଠନ ମାଧ୍ୟମରେ ହିମବାହ ନିରୀକ୍ଷଣ କରୁଛି, କିନ୍ତୁ ଏହି ସମସ୍ୟାର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ