ସମ୍ବଲପୁର, ୦୬/୦୩ : ସମଲେଶ୍ଵରୀ ମନ୍ଦିର କ୍ୟାମ୍ପସ୍ ଭିତରେ ଚାଲିଛି ମଦ ଓ ମାଂସର ଆସର। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ସାଙ୍ଘାତିକ ଖେଳ। ଶତାଧିକ ସୁରକ୍ଷାକର୍ମୀ ଓ ସିସିଟିଭି କ୍ୟାମେରା ଥାଇ ମଧ୍ୟ ମନ୍ଦିର ପରିସରରେ ଚାଲିଛି ମଦ-ମାଂସ ପାର୍ଟି। ହେଲେ କାହା ପାଖରେ ଉତ୍ତର ନାହିଁ।
ସୂଚନାନୁଯାୟୀ, ଗୁରୁବାର ସକାଳେ ସମଲେଶ୍ଵରୀ ମନ୍ଦିର ପରିସରରେ ଥିବା ଦୀପ ଘର ପଛ ପାଖରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ସହ ନିକଟରେ ଏକ ଚୁଲି ହୋଇଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ଵିକ ସ୍ଥିତିରୁ କେହି ଅସାମାଜିକ ମନ୍ଦିର ପରିସରରେ ମଦ-ମାଂସ ରାନ୍ଧି ଖାଇଥିବା ଅନୁମାନ କରାଯାଉଛି। ତେବେ ମନ୍ଦିର ପରିସରରେ କିଏ ମଦ-ମାଂସ ଖାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ଶତାଧିକ ସୁରକ୍ଷାକର୍ମୀ ଓ ସିସିଟିଭି କ୍ୟାମେରା ଥାଇ ମଧ୍ୟ ଏଭଳି ଘଟଣା କେମିତି ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏହି ଖବରଟିକୁ ପଢନ୍ତୁ- ବ୍ରହ୍ମପୁର ସହରରେ ଚାଲିଥିଲା ଭିକ୍ଷାବୃତ୍ତି ରାକେଟ୍ : ମା’ ଓ ପୁଅ ସମେତ ୫ ଗିରଫ, ୯ ଶିଶୁ ଉଦ୍ଧାର