ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଲେଖାପଡ଼ା ଶାରଦା ଶିଶୁ ମନ୍ଦିର ବାର୍ଷିକ ଉତ୍ସବ

Published By : Suraj Kumar | January 13, 2025 8:55 PM

କେନ୍ଦୁଝର ସଦର,୧୩/୧(ଆପ୍ର)କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଅଲେଖାପଡ଼ା ସ୍ଥିତ ଶାରଦା ଶିଶୁ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ" ପ୍ରତିଭା ବିକାଶ ମେଳା" ପାଳିତ ହୋଇଯାଇଛି ।ବାର୍ଷିକ ଉତ୍ସବରେ ଶଶୀଭୂଷଣ ମହାନ୍ତ ସଭାପତିତ୍ଵ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ  ଦିବାକର ମହାନ୍ତ ଏବଂ  ହୃଷିକେଶ ମହାନ୍ତ ଦ୍ଵାରା ସଭା ଉଦଘାଟନ ହୋଇଥିଲା।  

ଏଥିରେ ମୁଖ୍ୟ ଅତିଥି ଭାବେ କୁଳସଚିବ, ଧରଣୀଧର ବିଶ୍ଵବିଦ୍ୟାଳୟର ଦୁଃଖବନ୍ଧୁ ନାୟକ ଯୋଗ ଦେଇ ଜୀବନରେ ଶିକ୍ଷାର ଅଗ୍ରାଧିକାର ତଥା ସାମାଜିକତା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାଷଣ ରଖିଥିଲେ।ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର , ଭାରତୀୟ ଜନତା ପାର୍ଟି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ମୁଖ୍ୟବକ୍ତା ଭାବେ  ଯୋଗ ଦେଇ ବର୍ତ୍ତମାନ ସମାଜରେ ଶିକ୍ଷାର ମୂଳଭିତ୍ତି ତଥା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି  ଭାବେ ଜିଲ୍ଲା ବିଜେପି ଉପସଭାପତି  ଗଣେଶ୍ଵର ମହାନ୍ତ, ସେଞ୍ଚୁରୀୟାନ ବିଶ୍ଵବିଦ୍ୟାଳୟ ସହକାରୀ ଅଧ୍ଯାପକ ଡ. ସାର୍ଥକ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଶ୍ରୀ ଭାରତୀ ଗିରି ବାର୍ଷିକ ବିବରଣୀ ପାଠନ କରିଥିବା ବେଳେ ଏବଂ  କ୍ଷୀରୋଦ ଚନ୍ଦ୍ର ମହାନ୍ତ   ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଏହାକୁ  ଭରତ ଚନ୍ଦ୍ର ମହାନ୍ତ , କୈଳାଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.