ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ସୋଆ ପକ୍ଷରୁ କୋଲକାତାରେ "ଆଲିସିପ୍‌ ପ୍ଲସ୍‌ ପ୍ଲସ୍‌', ସାମିଲ ହେଲେ କର୍ପୋରେଟ୍‌ ଜଗତର ନେତୃବୃନ୍ଦ

ଭୁବନେଶ୍ୱର,୦୧/୧୦:  କର୍ପୋରେଟ ଜଗତର ନେତୃବୃନ୍ଦ ତଥା  ମାନବ ସମ୍ବଳ ଅଧିକାରୀମାନଙ୍କୁ ନେଇ ଶିକ୍ଷା  ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି  (ସୋଆ) ପକ୍ଷରୁ କୋଲକାତାଠାରେ  ଲିଡରସିପ କନ୍‌କ୍ଲେଭ "ଆଲିସିପ୍‌ ପ୍ଲସ  ପ୍ଲସ' ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ହକି ତାରକା ଗୁରବକ୍ସ  ସିଂହ ଓ ଦେଶର ପ୍ରସିଦ୍ଧ ଫୁଟବଲ ଖେଳାଳୀ  ଗୌତମ ସରକାର ମୁଖ୍ୟ ଆକର୍ଷଣ ଥିଲେ । 

ପୂର୍ବତନ ଭାରତୀୟ କ୍ରିକେଟ  ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ  ମେଣ୍ଟର ସତ୍ୟପ୍ରକାଶ କ୍ରିଷ୍ଣା ଓ ସୋଆର  ପୂର୍ବତନ ଛାତ୍ର ତଥା ଆଇଏଏସ୍‌ ଅଧିକାରୀ  ସ୍ମୃତି ରଞ୍ଜନ ମହାନ୍ତି ଏଥିରେ ଯୋଗ  ଦେଇଥିଲେ । ଶ୍ରୀ ମହାନ୍ତି ବର୍ତ୍ତମାନ  ପଶ୍ଚିମବଙ୍ଗ ସରକାରଙ୍କ ମତ୍ସ୍ୟଚାଷ ବିଭାଗ ନିର୍ଦ୍ଦେଶକ ତଥା ଏସ୍‌ଏଫ୍‌ଡିସିର  ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ।  ଶିକ୍ଷା ଓ କର୍ପୋରେଟ ଜଗତ ମଧ୍ୟରେ  ଥିବା ବ୍ୟବଧାନକୁ ଦୂର କରିବା ଏହି  କନେ୍‌କ୍ଲଭର ମୂଳ ଲକ୍ଷ୍ୟ । ସୋଆର  କର୍ପୋରେଟ ରିଲେସନ୍‌ସ ଓ ପ୍ଲେସମେଣ୍ଟ  ବିଭାଗ ଡିନ୍‌ ଡ. ରାଜ ହୋତା କାର୍ଯ୍ୟକ୍ରମର  ଆବାହକ ରହିଥିବା ବେଳେ ଏଥିରେ  ବିଶ୍ୱବିଦ୍ୟାଳୟର ଏସ୍‌ଆର୍‌ଆଇସି  ଡିନ୍‌ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର  ଓ କର୍ପୋରେଟ ରିଲେସନ୍‌ସ ଡେପୁଟି  ଡାଇରେକ୍ଟର କାଜଲ ପଣ୍ଡା ଯୋଗ  ଦେଇଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ  ବେଙ୍ଗାଲୁରୁ ଓ ହାଇଦ୍ରାବାଦଠାରେ ଅନୁଷ୍ଠିତ  ହୋଇସାରିଛି । କାର୍ଯ୍ୟକ୍ରମରେ ଦୁଇଟି  ପ୍ୟାନେଲ ଆଲୋଚନା ହୋଇଥିଲା ।  

ଗୋଟିଏ ଆଲୋଚନାରେ ଏନ୍‌ଆର୍‌ଆଇ  ଫିନ୍‌ଟେକର୍‌ ଉପସଭାପତି ବ୍ରିଷ୍ଟି ମଣ୍ଡଳ,  ଲେକ୍ସମାର୍କ ଇଣ୍ଡିଆର କଣ୍ଟ୍ରି ଏଚ୍‌ଆର୍‌  ମ୍ୟାନେଜର ରଶ୍ମିତା ପରିଜା, ଫର୍ଚ୍ୟୁନ୍‌ ୫୦୦  କମ୍ପାନୀର ଡିଇଆଇ ପରାମର୍ଶଦାତା ସୁମିତ  ଅଗ୍ରୱାଲ, ସ୍ପ୍ଲାଇସ୍‌ ଏଚ୍‌ଆର୍‌ ୱର୍କ୍ସର ସିଇଓ  ଏବଂ ପ୍ରତିଷ୍ଠାତା ନଦୀମ କାଜିମ୍‌, ପ୍ରାଇସ୍‌  ୱାଟରହାଉସ୍‌ କୁପରର କ୍ଲାଉଡ୍‌ ଏବଂ  ଡିଜିଟାଲ୍‌ ପରିଚାଳନା ନିର୍ଦ୍ଦେଶକ ସୁଦୀପ୍ତ  ରାୟ ଏବଂ ସ୍ୱୟଂର ଅମ୍ରିତା ଦାସଗୁପ୍ତା ଯୋଗ  ଦେଇଥିଲେ । ପ୍ରଦୀପ ବନ୍ଦୋପାଧ୍ୟାୟଙ୍କ  ଦ୍ୱାରା ପରିଚାଳିତ ଦ୍ୱିତୀୟ ଆଲୋଚନାରେ  ଡବ୍ଲ୍ୟୁଆଇସିସିଆଇର ସଭାପତି ଟୁମ୍ପା  ସରକାର, ଭୋଡାଫୋନର ଦେବଲୀନା  ରାୟ ଓ ରିଲାଏନ୍‌ସ ଜିଓ ଇନ୍‌ଫୋକମର  ଡେପୁଟି ଜେନେରାଲ ମ୍ୟାନେଜର  ସୌରଭ ରାୟ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.