କେନ୍ଦୁଝର ସଦର ୧୩/୧୧ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ରାଜିଂ ଷ୍ଟାର କ୍ଲବ ଆନୁକୁଲ୍ୟରେ ୧୬ ଦଳୀୟ ଦିବାରାତ୍ର ସର୍ଵ ଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ୍ ଟୁର୍ନାମେଣ୍ଟ ଆଜି ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚ କଟକ ଏବଂ ବାରିପଦା ଟାଉନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ୦-୫ ଗୋଲରେ ବିଜୟ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ ମ୍ୟାଚ ବାଲେଶ୍ବର ଏବଂ ସୁନ୍ଦରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ବାଲେଶ୍ବର ବିଜୟ ହୋଇ ଦ୍ୱିତୀୟ ରାଉଣ୍ଡକୁ ପ୍ରଵେଶ କରିଛି । ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦୁଝର ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା , ସମ୍ମାନୀତ ଅତିଥି ଭାବେ ଯୋଡ଼ା ବିଶ୍ୱ ହିନ୍ଦୁ ପରିଷଦ ରଂଜିତ ମହାକୁଡ଼, ସଦର ବ୍ଲକ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଧନୁର୍ଜୟ ମହାନ୍ତ , ପଳାଶପଙ୍ଗା ମଣ୍ଡଳ ସଭାପତି ଲମ୍ବୋଦର ମହାନ୍ତ , ପୂର୍ବତନ ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ପଣ୍ଡା, ଝୁମ୍ପୂରା ବ୍ଲକ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଲୁଲୁ ପଟ୍ଟନାୟକ, ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ, ବିଜେପି ନେତା ଅନିଦ୍ୟ ବେହେରା, ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ।

ରାଇଜିଂ ଷ୍ଟାର କ୍ଲବ ଅଧ୍ୟକ୍ଷ ଗଣେଶ୍ଵର ମହାନ୍ତ କୁହନ୍ତି ସାହାଣୀ କପ ଯେପରି ଖୁବ ଚମତ୍କାର ପୂର୍ଣ୍ଣ ସମ୍ପାଦିତ ହୋଇଛି ସେହିପରି ମିନି କଳିଙ୍ଗ କପ୍ ମଧ୍ଯ ଚମତ୍କାର ପୂର୍ଣ୍ଣ ଚାଲିଛି । ଗ୍ରାମାଞ୍ଚଳରେ ଦିବାରାତ୍ର ମ୍ୟାଚ ଦେଖିବା ପାଇଁ ଖେଳ ପ୍ରମୀଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହେଉଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରୀଡାର ବିକାଶ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ରୀଡ଼ାର ବିକାଶ ତଳ ସ୍ତରରୁ ମଜବୁତ୍ ହେବ ତାହା ପରିଲକ୍ଷତ ହେଉଛି ବୋଲି ସୂଚନା ଦେଇଛନ୍ତି ଗଣେଶ୍ୱର ମହାନ୍ତ । ପରିଚାଳନା ସଭାପତି ବିରେନ୍ଦ୍ର କୁମାର ମହାନ୍ତ, ଉପସଭାତି ରାମଚନ୍ଦ୍ର ମହାନ୍ତ, ହୃଷୀକେଶ ମହାନ୍ତ, ସଧାରଣ ସମ୍ପାଦକ ଗୋପଳକ୍ରୀଷ୍ଣା ବାରିକ୍, ପରିଚାଳନା ସମ୍ପାଦକ ବଳଭଦ୍ର ମହାନ୍ତ, ଯୁଗ୍ମ ସମ୍ପାଦକ ଲୋଚନ ମହାନ୍ତ, ତାରିଣୀସେନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳକୁ ଆଗେଇ ନେଉଛନ୍ତି।