ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକିସ୍ତାନ ପରେ ତୁର୍କୀ: କଳାକାରଙ୍କ ଉପରେ ବ୍ୟାନ୍‌ ଲଗାଇଲା ବଲିଉଡ୍‌, ସେଠାରେ ହେବନି ଫିଲ୍ମ ସୁଟିଂ

Published By : Tapas Panda | May 15, 2025 7:34 PM

Image Courtesy: Social Media

ନୂଆଦିଲ୍ଲୀ: ପାକିସ୍ତାନକୁ ସମର୍ଥନ କରିବା ତୁର୍କୀକୁ ମହଙ୍ଗା ପଡ଼ିଲା । ଗୋଟିଏ ପରେ ଗୋଟିଏ ଝଟକା ଦେଉଛି ଭାରତ । ଆମର  ଶତ୍ରୁ ଦେଶ ପାକିସ୍ତାନକୁ ସମର୍ଥନ କରିଥିଲା ତୁର୍କୀ । ଆଉ ଏବେ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛି । ବୟକଟ୍‌ ତୁର୍କୀ ଅଭିଯାନ ଜୋରସୋରରେ ଜାରି ରହିଥିବା ବେଳେ ଏବେ ବଲିଉଡ୍‌ ମଧ୍ୟ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ତୁର୍କୀରେ ଯେକୌଣସି ଭାରତୀୟ ଫିଲ୍ମ, ଟେଲିଭିଜନ ଶୋ’ର ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି ।

ତୁର୍କୀ ଆମର ଶତ୍ରୁ ଦେଶକୁ ସାହାଯ୍ୟ କରିଆସୁଛି, ତେଣୁ ଏହାକୁ ଉଚିତ ଜବାବ ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ । ଏବେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ମଧ୍ୟ ଆଗକୁ ଆସିଛି । ତୁର୍କୀରେ ଭାରତୀୟ ଫିଲ୍ମ ଏବଂ ଶୋ’ର ସୁଟିଂ ସହିତ, AICWA ତୁର୍କୀ କଳାକାର ଏବଂ ପ୍ରଡକ୍ସନ ହାଉସ୍ ସହିତ କାମ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଘୋଷଣା କରିଛି । ସେହିପରି ତୁର୍କୀରେ କୌଣସି ପ୍ରକାରର ଡିଜିଟାଲ୍ ଶୋ’ର ସୁଟିଂ ମଧ୍ୟ ହେବ ନାହିଁ । ଅଲ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ ବିବୃତ୍ତିରେ କହିଛି, ‘ଆମେ ସର୍ବଦା ଦେଶ ସହିତ ଛିଡା ହୋଇଛୁ। ଆତଙ୍କବାଦ ଏବଂ ଅସ୍ଥିରତା ସମୟରେ ପାକିସ୍ତାନ ସହିତ ତୁର୍କୀର ଖୋଲା ସମର୍ଥନକୁ ଅଣଦେଖା କରାଯାଇପାରିବ ନାହିଁ । ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଭାରତର ସାର୍ବଭୌମତ୍ୱ ବିରୋଧରେ ଛିଡ଼ା ହେଉଥିବା କୌଣସି ଦେଶକୁ ସମର୍ଥନ କରିବ ନାହିଁ।’




ସୂଚନାଯୋଗ୍ୟ, ତୁର୍କୀରେ ଅନେକ ଭାରତୀୟ ଚଳଚ୍ଚିତ୍ର ସୁଟ୍‌ ହୋଇଛି । ବହୁ ଭାରତୀୟ ସିନେ ତାରକା ଏହି ଦେଶରେ ସୁଟିଂ କରିସାରିଛନ୍ତି। ସୈଫ ଅଲ୍ଲୀ ଖାନଙ୍କ ରେସ-୨ ଏବଂ ସଲମାନ ଖାନଙ୍କ ଟାଇଗର-୩ ବ୍ୟତୀତ, ବେବି, ଦିଲ ଧଡକନେ ଦୋ, ଗେମ, ଗୁରୁ ସମେତ ଅନେକ ଭାରତୀୟ ଫିଲ୍ମ ତୁର୍କୀରେ ସୁଟିଂ ହୋଇଛି । ହେଲେ ଆଗକୁ ତୁର୍କୀରେ କୌଣସି ଫିଲ୍ମ ସୁଟ୍‌ ହୋଇପାରିବ ନାହିଁ ବୋଲି AICWA ସ୍ପଷ୍ଟ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.