ଭୁବନେଶ୍ଵର, ୦୯/୦୫ : ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ସମସ୍ତ ମିଡିଆ ଚ୍ୟାନେଲ୍, ଡିଜିଟାଲ୍ ପ୍ଲାଟଫର୍ମକୁ ନିର୍ଦ୍ଦେଶ। ଲାଇଭ୍ କଭରେଜ୍, ରିଅଲ ଟାଇମ୍ ରିପୋର୍ଟିଂ ଠାରୁ ଦୂରେଇ ରୁହନ୍ତୁ। ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କିତ ପ୍ରସାରଣରୁ ଦୂରେଇ ରୁହନ୍ତୁ। ଏପରିକି ସୁରକ୍ଷାକର୍ମୀଙ୍କ ଅପରେସନକୁ ପ୍ରସାରଣ ନକରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। କାର୍ଗିଲ ଯୁଦ୍ଧ ଓ ୨୬/୧୧ ମୁମ୍ଵାଇ ହମଲାର ଉଦାହରଣ ଦେଇ ମାର୍ଗଦର୍ଶିକା ଜାରି ହୋଇଛି। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ତେଣୁ ସମ୍ଵେଦନଶୀଳ ଓ ଦାୟିତ୍ଵବାନ ହୋଇ ଖବର ପ୍ରସାରଣ କରିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ସଂଶୋଧନ) ନିୟମ, ୨୦୨୧ ର ଧାରା 6(1)(p) ଅନୁଯାୟୀ, ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ କେବଳ ନିଯୁକ୍ତ ଅଧିକାରୀମାନଙ୍କ ଦ୍ୱାରା ସାମୟିକ ବ୍ରିଫିଂ ଅନୁମତି ଦିଆଯାଇଛି।