ପ୍ରମୂଖ ଖବର
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ସମସ୍ତ ମିଡିଆ ଚ୍ୟାନେଲ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମକୁ ନିର୍ଦ୍ଦେଶ, ଲାଇଭ୍ କଭରେଜ୍ ଓ ରିଅଲ ଟାଇମ୍ ରିପୋର୍ଟିଂ ଠାରୁ ଦୂରେଇ ରୁହନ୍ତୁ

Published By : Prameya | May 9, 2025 3:33 PM

ଭୁବନେଶ୍ଵର, ୦୯/୦୫ : ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ସମସ୍ତ ମିଡିଆ ଚ୍ୟାନେଲ୍, ଡିଜିଟାଲ୍ ପ୍ଲାଟଫର୍ମକୁ ନିର୍ଦ୍ଦେଶ। ଲାଇଭ୍ କଭରେଜ୍, ରିଅଲ ଟାଇମ୍ ରିପୋର୍ଟିଂ ଠାରୁ ଦୂରେଇ ରୁହନ୍ତୁ। ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କିତ ପ୍ରସାରଣରୁ ଦୂରେଇ ରୁହନ୍ତୁ। ଏପରିକି ସୁରକ୍ଷାକର୍ମୀଙ୍କ ଅପରେସନକୁ ପ୍ରସାରଣ ନକରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। କାର୍ଗିଲ ଯୁଦ୍ଧ ଓ ୨୬/୧୧ ମୁମ୍ଵାଇ ହମଲାର ଉଦାହରଣ ଦେଇ ମାର୍ଗଦର୍ଶିକା ଜାରି ହୋଇଛି। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ତେଣୁ ସମ୍ଵେଦନଶୀଳ ଓ ଦାୟିତ୍ଵବାନ ହୋଇ ଖବର ପ୍ରସାରଣ କରିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ସଂଶୋଧନ) ନିୟମ, ୨୦୨୧ ର ଧାରା 6(1)(p) ଅନୁଯାୟୀ, ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ କେବଳ ନିଯୁକ୍ତ ଅଧିକାରୀମାନଙ୍କ ଦ୍ୱାରା ସାମୟିକ ବ୍ରିଫିଂ ଅନୁମତି ଦିଆଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.