ଭୁବନେଶ୍ୱର,୧୯/୦୧: ଆସନ୍ତା ୨୦ ତାରିଖ ଜାତୀୟ ଉଠାଦୋକାନୀ ଦିବସ ଉପଲକ୍ଷେ ରାଜଧାନୀର ସମସ୍ତ  ଉଠାଦୋକାନ ବନ୍ଦ ରହିବ। ଚଳିତବର୍ଷ  ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ  ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଏବଂ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ମିଳିତ ସହଯୋଗରେ  ଭୁବନେଶ୍ୱର ସମେତ ଓଡ଼ିଶାର  ବିଭିନ୍ନ ଜାଗାରେ ଏହି ଦିବସକୁ  ପାଳନ କରିବାକୁ ସ୍ଥିର କରାଯାଇଛି ।  

ସେଥିପାଇଁ ୨୦ ତାରିଖ ଦିନ ସମସ୍ତ  ଉଠାଦୋକାନ, ଭେଣ୍ଡିଂଜୋନ ଓ  କିଓସ୍କୋଗୁଡ଼ିକ ବନ୍ଦ ରହିବ ବୋଲି  ସଂଗଠନର ରାଜ୍ୟ ସଭାପତି ପ୍ରତାପ  କୁମାର ସାହୁ ଜଣାଇଛନ୍ତି ।