ଭୁବନେଶ୍ବର,୭।୧୧ : ସାମଗ୍ରିକ ଭାବରେ ରାଜସ୍ବ ସେବା ଲୋକଙ୍କ ପାଖରେ  କିପରି ପହଞ୍ଚିବ ଗୁରୁବାର ସେନେଇ ରାଜସ୍ବ ବିଭାଗରେ ସମୀକ୍ଷା ହୋଇଛି। ଓଡ଼ିଶା ର ୩ଟି ଜୋନର ରାଜସ୍ବ କମିଶନର, ସମସ୍ତ ୩୦ ଟି ଜିଲ୍ଲାର ଜିଲ୍ଲାପାଳ, ୩୫୪ ତହସିଲଦାର, ସବ୍ ରେଜିଷ୍ଟର ଉପସ୍ଥିତ ଥିଲେ। ଗରିବ ରୁ ଗରିବ ଲୋକଙ୍କ ପାଖରେ କିପରି ରାଜସ୍ବ ସେବା ପହଞ୍ଚି ପାରିବ ତାହା ଥିଲା ମୂଳ ଲକ୍ଷ୍ୟ। ସେ ନେଇ ଆଲୋଚନା ହୋଇଛି ବୋଲି  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।  

ସବୁ ସ୍କୁଲ କୁ ପଟ୍ଟା ଦିଆଯିବ। ତେଣୁ ଡିସେମ୍ବର ୩୦ ତାରିଖ ସୁଦ୍ଧା କିପରି ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଛି।  ଶିକ୍ଷକ କିମ୍ବା ଅଧ୍ୟାପକମାନେ ପାଠପଢ଼ା ଛାଡ଼ି ତହସିଲ ଅଫିସ କୁ ଦୌଡ଼ିବା ଆବଶ୍ୟକ ନାହିଁ। ସେହିପରି ୨୦ ରାଜସ୍ବ ଗ୍ରାମ ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଆସିଥିଲା। ଏନେଇ ସେ ଗ୍ରାମର ଜନଗଣନା ଆରମ୍ଭ ହୋଇଯାଇଛି। ଯେତେ ପ୍ରସ୍ତାବ ଆସିଛି ତୁରନ୍ତ ତାକୁ ବିଚାରକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ସେବା ଯଥା ଜାତି ଭିତ୍ତିକ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଦେବା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଉଛି ନିର୍ଦ୍ଦେଶ ଦିଆଯାଇଛି। ମ୍ୟୁଟେଦନ କେସ ଗୁଡ଼ିକୁ ତୁରନ୍ତ ଫଇସଲା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଦିବାସୀ ମାନଙ୍କୁ ତୁରନ୍ତ ପଟ୍ଟା ଦେବା କଥା, ବସୁନ୍ଧରା ଯୋଜନାରେ ପଟ୍ଟା ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଏବଂ ବନ୍ୟା, ବାତ୍ୟା ସଂପର୍କରେ ଆଗରୁ ସୂଚନା ଦେବାପାଇଁ ନିର୍ଦେଶନାମା ଜାରି କରାଯାଇଛି। 

କିଛି ଆଇନର ସଂଶୋଧନ, ସରଲି କରଣ, ଓଡ଼ିଶା ରିଲିଫ କୋଡ ର ସଂଶୋଧନ, ରିଲିଫ ଶବ୍ଦ ବଦଳରେ ଅଧିକାର ଆଇନ ରେ ପରିଣତ କରିବା ନେଇ ଆଲୋଚନା ହୋଇଛି ଏଵଂ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ଯାଉଛନ୍ତି। ପ୍ରାକୃତିକ ବିପତ୍ତି ପରେ କ୍ଷତିପୂରଣ ଅଧିକାର ବଳରେ ଜଣେ କ୍ଷତିଗ୍ରସ୍ତ ଲୋକ କେମିତି କ୍ଷତିପୂରଣ ପାଇବେ ତାକୁ କାର୍ଯ୍ୟକାରୀ କରାଯିବ। ଏନେଇ ଫିଲ୍ଡ ରେ କାମ କରୁଥିବା ବ୍ୟକ୍ତି ହୁଅନ୍ତୁ କିମ୍ବା ଅବସର ନେଇଥିବା ଅଭିଜ୍ଞ ଲୋକଙ୍କର ମତ ନେବୁ।  କଥା ହେଲା ପରେ ରାଜସ୍ବ ଆଇନ୍ କୁ କାର୍ଯ୍ୟକାରୀ କରାଯିବା ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।