ପାଟଣାଗଡ଼ ୪/୧ : ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା କାଦୋପାଣି ଗାଁର ସମାରୁ ବରିହା ଙ୍କ ପୁଅ ଘନଶ୍ୟାମ ବରିହା (୧୨)ଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଘନଶ୍ୟାମଙ୍କ ବାପା ଲାରମ୍ଭା ଥାନାରେ ଅଭିଯୋଗ କରିଛନ୍ତି।

ଗତ ୨ ତାରିଖ ସନ୍ଧ୍ୟା ସମୟରେ ଗାଁ ପାଖରେ ଥିବା ନଦୀକୁ ତାଙ୍କ ଜଣେ ସାଙ୍ଗଙ୍କ ସହ ଘନଶ୍ୟାମ ଶୌଚ ପାଇଁ ନଦୀ ଭିତରୁ ଯାଇଥିଲେ।ଶୌଚ ସାରି ଘନଶ୍ୟାମ ନଦୀପାଖ ରାସ୍ତା ଉପରକୁ ଆସୁଥିଲେ। ଏହି ସମୟରେ ଦୁଇ ଜଣ ମୁଖା ପିନ୍ଧା ଯୁବକ ଉକ୍ତ ନାବାଳକକୁ ଅପହରଣ କରି ନେଇ ଯାଇଥିଲେ। ସାଙ୍ଗେରେ ଯାଇଥିବା ଅନ୍ୟ ଜଣ ନାବାଳକ ଠାରୁ ବାପା ମାଆ ଖବର ପାଇ ଲାରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାପା ମାଅ ଙ୍କ ଅଭିଯୋଗ ଅଧାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଭାନୁଶଙ୍କର ଯାଦବଙ୍କ ଠାରୁ ଜଣାପଢ଼ିଛି। ଅନ୍ୟ ପକ୍ଷରେ ନାବାଳକ ପରିବାର ରବିବାର ଏସଡ଼ିପିଓ ଏବଂ ସ୍ଥାନୀୟ ବିଧାୟକଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି।