ନୀଳଗିରି,୧୦/୧୧(ଆ.ପ୍ର): ସ୍ବାମୀ ଘରେ ନ ଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ଗତ ୭ତାରିଖ ବିଳମ୍ବିତ ରାତ୍ରୀରେ ଜନୈକ ମହିଳା ନିଜ ଘରେ ଶୋଇଥିବା ସମୟରେ ଉକ୍ତ ଗ୍ରାମର ଜନୈକ ଯୁବକ ଘର ଭିତରକୁ ପଶି ବଳାତ୍କାର କରିଥିଲା। ଏପରିକି ବେକରେ କଟୁରି ଲଗାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଗତ ୯ତାରିଖରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ।
ପୀଡ଼ିତାଙ୍କ ସ୍ଵାମୀ ଜଣେ ଦିନ ମଜୁରୀଆ ହୋଇଥିବାରୁ ବାହାରେ ରହି କାମ କରୁଥିବାରୁ ଘଟଣା ସମ୍ପର୍କରେ ନିଜ ଯାଆକୁ କହିଥିଲେ। ଏନେଇ ଗ୍ରାମରେ ଏକ ବୈଠକ କରାଯାଇଥିଲା। ଅଭିଯୁକ୍ତ ଜଣକ ବୈଠକକୁ ଆସି ଘଟଣା ସମ୍ପର୍କରେ ମାନି ନଥିଲେ। ଏନେଇ ପୀଡ଼ିତା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଅଭିଯୁକ୍ତଙ୍କ ସ୍ତ୍ରୀ ପୀଡିତାର କକା ଶଶ୍ବରୁ ବଳାତ୍କାର କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ। ନୀଳଗିରି ଥାନାରେ ଦୁଇଟି ଅଭିଯୋଗ ପାଇବା ପୋଲିସ ତଦନ୍ତ କରିଥିଲା। ଅଭିଯୁକ୍ତ ଓ ପିଡିତାର କକା ଶଶ୍ବରକୁ ଥାନାରେ ଅଟକ ରଖାଯାଇଛି। ପିଡିତା ଓ ଅଟକ ମାନଙ୍କୁ ଡାକ୍ତରୀ ମାଇନା କରାଯାଇଛି। ଏନେଇ ନୀଳଗିରି ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି।