ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ୫ ଦିନ ହେଲା ନୂଆଁପଡା ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା

Published By : Prameya | April 21, 2025 4:32 PM

ଫିରିଙ୍ଗିଆ, ୨୧/୪ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ନୁଆଁପଡା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ  ଉତ୍ତ୍ୟକ୍ତ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି।  ଆଜକୁ ୫ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରୁ ତାଲା ଝୁଲୁଛି ।

ଏହି ନୁଆଁପଡା ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଏଥିରେ ନୁଆଁପଡା ଗାଁରୁ ଜଣେ ମହିଳା ଆବେଦନ କରିଥିବା ବେଳେ ନୁଆଁପଡା ୱାର୍ଡ ରୁ ମଧ୍ୟ ଅନ୍ୟ ଜଣେ ମହିଳା ଆବେଦନ କରିଥିଲେ । ଏହା ବ୍ୟତୀତ ଅନ୍ୟ ଏକ ୱାର୍ଡ ବୁଡ଼ାକାମ୍ବା ୱାର୍ଡର ଗୋପୀପଦର ଗାଁର ଜଣେ ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିଥିଲେ। ନୁଆଁ ପଡା ଗାଁ କିମ୍ବା ନୁଆଁପଡା ୱାର୍ଡ ରୁ ମହିଳାଙ୍କୁ ନିଯୁକ୍ତି ଦିଆ ନଯାଇ ବୁଡ଼ାକାମ୍ବା ୱାର୍ଡ ର ଗୋପିପଦର ଗାଁର ମହିଳା ଜଣକୁ ନିଯୁକ୍ତି ଦିଆ ଯାଇଥିଲା l ଏହି ଘଟଣା ପରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଥିଲେ ଉତ୍ତ୍ୟକ୍ତ ଜନସାଧାରଣ l ଏହି ଘଟଣାକୁ ୫ ଦିନ ବିତି ଯାଇଛି। 

ସୋମବାର  ନୁଆଁପଡା ଅଙ୍ଗନବାଡି କେନ୍ଦ୍ରକୁ ଫିରିଙ୍ଗିଆ ସମ୍ୱନ୍ୱିତ ଶିଶୁଵିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଓ ପରିଦର୍ଶିକା ରତ୍ନାବତୀ ବେହେରା ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ।  କିନ୍ତୁ ଅଙ୍ଗନବାଡି କେନ୍ଦ୍ରକୁ କେହି ଗ୍ରାମବାସୀ କି ମହିଳାମାନେ ଆସିନଥିଲେ । ଯେଉଁ କେତେଜଣ ଆସିଥିଲେ ସିଧା ସିଧା ବିଚାର ନ ହେବା ପର୍ଯ୍ୟନ୍ତ ଓ ନୂତନ ଭାବରେ ଗ୍ରାମରୁ କିମ୍ବା ୱାର୍ଡ ରୁ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି କହିଥିଲେ।

ଯାହାଦ୍ୱାରା କିଛି ସମାଧାନ କରି ନ ପାରି ସିଡିପିଓ ଫେରିଯାଇଥିଲେ।   ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡ଼ି ରହିଥିବାରୁ ଅଙ୍ଗନବାଡି ସହାୟିକା ନିଜ ଘରେ ରୋଷେଇ କରି ଖାଇବାକୁ ଦେଇଥିଲେ l କେନ୍ଦ୍ରକୁ ୧୫ ଜଣ ଶିଶୁ ରୁ ମାତ୍ର ୮ ଜଣ ଶିଶୁ  ଆସୁଥିବା ବେଳେ ଅଧିକାଂଶ ଲୋକେ ନିଜର ଶିଶୁ ମାନଙ୍କୁ ଛାଡ଼ୁନଥିବା ଦେଖିବାକୁ ମିଳିଛି l ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନରେ କୋମଳ ମତି ଶିଶୁ ଶିକ୍ଷାଦାନ ରୁ ବଞ୍ଚିତ ହେବା ସହ ପୁଷ୍ଟିକର ଖାଦ୍ୟ ପାଇବାରୁ ମଧ୍ୟ ବଞ୍ଚିତ ହେବେ ।  ସିଡିପିଓ ନିବେଦିତା ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ ନିଯୁକ୍ତି ପ୍ରକ୍ରିୟା ଠିକ ଭାବରେ ହୋଇଛି ତୁରନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.