ନୂଆଦିଲ୍ଲୀ : ବିବାହ କରିଛନ୍ତି, ଆଉ ୨ ଛୁଆର ମାଆ ମଧ୍ୟ । ସ୍ବାମୀ ବ୍ୟାଙ୍କ ମ୍ୟାନେଜର ଭଲ ରୋଜଗାର । ନିଜେ ମଧ୍ୟ ଆତ୍ମନିର୍ଭରଶୀଳ । ତଥାପି ପଡ଼ିଲେ ଟ୍ୟାକ୍ସି ଡ୍ରାଇଭରଙ୍କ ପ୍ରେମରେ । ଶେଷରେ ଡ୍ରାଇଭରଙ୍କ ସହ ଫେରାର ହେଲେ ଆଉ ସ୍ବାମୀଙ୍କ ପାଖରୁ ଛଡ଼ପତ୍ର ବାବଦରେ ମାଗିଲେ ୫୦ ଲକ୍ଷ ଟଙ୍କାର ଭରଣପୋଷଣ । ସବୁ ସତ ଜଣାପଡ଼ିବା ପରେ ଜେଲରେ ରହିଛନ୍ତି ଏହି ମହିଳା । ପ୍ରେମିକକୁ ପୁଲିସ ପଚରା ଉଚରା କରୁଥିବାବେଳେ ସୋସିଆଲ ମିଡିଆରେ ଏହି ସମ୍ପର୍କକୁ ନେଇ ଅନେକ ଆଲୋଚନା ହେବାରେ ଲାଗିଛି । ଜୟପୁରରୁ ଆସିଥିବା ଏହି ଖବରର ଏବେ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଛି ।
ଅର୍ଚ୍ଚନା ଏବଂ ଅର୍ଣ୍ଣବଙ୍କ ବିବାହ ୨୦୧୮ ମସିହାରେ ହୋଇଥିଲା । ଉଭୟ ବେଶ ଖୁସିରେ ଚଳୁଥିଲେ । ସେମାନଙ୍କର ୨ ସନ୍ତାନ ମଧ୍ୟ ରହିଛନ୍ତି । ଅର୍ଣ୍ଣବ ଜୟପୁରରେ ବ୍ୟାଙ୍କରେ ଚାକିରି କରିଥିବାବେଳେ ସେଠାରେ ରହୁଥିଲେ । ଅର୍ଚ୍ଚନା ଅଲଓ୍ବାରରେ ରହୁଥିଲେ । ଉଭୟ ମଝିରେ ମଝିରେ ଦେଖା ହେଉଥିଲେ ଏବଂ ଖୁସିରେ ପରିବାର ଚଳୁଥିଲା । କିନ୍ତୁ ଏମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିଲା ଟ୍ୟାକ୍ସି ଡ୍ରାଇଭର ଋଷଭ ଶର୍ମାଙ୍କ ଏଣ୍ଟ୍ରି ।
ଋଷଭଙ୍କ ଟ୍ୟାକ୍ସିରେ ଯାଉଥିଲେ ଅର୍ଚ୍ଚନା । ପ୍ରଥମେ ଡ୍ରାଇଭର ଏବଂ ଯାତ୍ରୀ ଭାବେ ସମ୍ପର୍କ ଥିଲା । ପରେ କିନ୍ତୁ କଥାବାର୍ତ୍ତା ବଢ଼ିଗଲା । ଉଭୟ ପୁଣିଥରେ ବିବାହ କରିବା ପାଇଁ ମଧ୍ୟ ଯୋଜନା କଲେ । ଘଣ୍ଟାଘଣ୍ଟା ଧରି ସେମାନେ ଫୋନରେ ଗପିବାକୁ ଲାଗିଲେ । ଆଉ ସ୍ବାମୀ ଅର୍ଣ୍ଣବଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କରିଥିଲେ । ଏକଦା ଋଷଭଙ୍କ ଟ୍ୟାକ୍ସିରେ ଅର୍ଣ୍ଣବ ଯାଉଥିବାବେଳେ ସେ ଶୋଇପଡ଼ିଥିଲେ । ଏବଂ ଏହି ସମୟରେ ଅର୍ଚ୍ଚାନଙ୍କୁ କହିଥିଲେ କି, ରାସ୍ତାରୁ ହଟାଇ ଦେବି କି ? ଯାହାକି ଶୁଣି ଦେଇଥିଲେ ଅର୍ଣ୍ଣବ । ଏହାପରେ ସେ ସନ୍ଦେହ କରିବା ଆରମ୍ଭ କରିଥିଲେ ।
ସ୍ତ୍ରୀଙ୍କ ମୋବାଇଲ୍ ଯାଞ୍ଚ କରିବା ସହ ତାଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିଥିଲେ । ଏମିତିକି ତାଙ୍କୁ ଅନେକଥର ମଧ୍ୟ ଧରି ପକାଇଥିଲେ । ଯାହାକୁ ନେଇ ପରିବାରରେ ମଧ୍ୟ ଝଗଡ଼ା ଲାଗିଥିଲା । ଶେଷରେ କଥା ଛାଡ଼ପତ୍ର ପାଇଁ ପହଞ୍ଚିଥିଲା । ଆଉ ୫୦ ଲକ୍ଷ ଟଙ୍କାର ଭରଣପୋଷଣ ପାଇଁ ଦାବି କରିଥିଲେ ଅର୍ଚ୍ଚନା । ଯାହାକୁ ଦେବାକୁ ମନା କରିଥିଲେ ଅର୍ଣ୍ଣବ । ଶେଷରେ ଛୁଆଙ୍କୁ ଛାଡ଼ି ଟ୍ୟକ୍ସି ଡ୍ରାଇଭରଙ୍କ ସହ ଫେରାର ହୋଇଥିଲେ ଅର୍ଚ୍ଚନା । ଥାନାରେ ମାମଲା ହେବା ପରେ ଉଭୟ ଶେଷରେ ଆତ୍ମସମର୍ପଣ କରିଥିଲେ । ଆଉ ସେମାନେ ଗିରଫ ହୋଇଛନ୍ତି । ସ୍ବାମୀଙ୍କ ହତ୍ୟା ପାଇଁ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ଶୁଣିଲେ ଆସିଯିବ ଲୁହ : ରାମାନନ୍ଦ ସାଗର ଏମିତି କରିଥିଲେ ‘କୁମ୍ଭକର୍ଣ୍ଣ ବଧ’ ସିନ୍