ନୂଆଦିଲ୍ଲୀ : ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଯେତେ ପ୍ରଂଶସା କଲେ ମଧ୍ୟ କମ୍ ପଡ଼ିଯିବ । ପ୍ରତି ଦର୍ଶକଙ୍କ ମନରେ ଏହା ଏକ ସ୍ପତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିଟି ଅଭିନେତାଙ୍କ ଛାପ କେବେ ମଧ୍ୟ ଭୁଲି ହେବନି । ଅନେକ କଳାକାର ରାମାୟଣ ହିଟ୍ ହେବା ପରେ ନିଜର କ୍ୟାରିୟରରେ ଆଗକୁ ବଢ଼ିଥିଲେ । ଆଉ କିଛି କଳାକାର ରାମାୟଣ ଶେଷ ହେବାର କିଛିବର୍ଷ ମଧ୍ୟରେ ପ୍ରାଣ ହରାଇଥିଲେ । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ନଲିନ ଡାଭେ । ସେ ୫୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ । କିନ୍ତୁ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଛନ୍ତି ।
ଲକ୍ ଡାଉନ୍ ସମୟରେ ଯେତେବେଳେ ରାମାୟଣ ପୁନଃ ପ୍ରସାରଣ ହୋଇଥିଲା ଅନେକ ଦର୍ଶକ ଭାବପ୍ରବଣ ହୋଇ ପଡ଼ିଥିଲେ । ନାଟ୍ୟ ଜଗତରେ ବେଶ ପ୍ରସିଦ୍ଧି ଲାଗ କରିଥିବା ଗୁଜୁରାଟୀ ଅଭିନେତା ନଲିନୀଙ୍କୁ କୁମ୍ଭକର୍ଣ୍ଣ ଭୂମିକା ମିଳିଥିଲା । ୧୯୭୮ରେ ରାମାୟଣ ଦୂରଦର୍ଶନରେ ପ୍ରସାରିତ ହୋଇଥିବାବେଳେ ୧୯୯୦ରେ ତାଙ୍କର ପରଲୋକ ହୋଇଛି । ସେ ଅନେକ ଗୁଡ଼ିଏ ଗୁଜୁରାଟି ଫିଲ୍ମ ଏବଂ ମଞ୍ଚରେ ମଧ୍ୟ ଅଭିନୟ କରିଥିଲେ କିନ୍ତୁ ତାଙ୍କୁ କୁମ୍ଭକର୍ଣ୍ଣ ଭୂମିକା ଅଧିକ ପରିଚିତ ଏବଂ କ୍ଷାତି ଦେଇଥିଲା ।
ଲକଡାଉନରେ ଯେତେବେଳେ ପୁନଃ ପ୍ରସାରିତ ହୋଇଥିଲା ରାମାୟଣ ସେତେବେଳେ କୁମ୍ଭକର୍ଣ୍ଣ ବଡ଼ର ସିନ୍ ଦର୍ଶକଙ୍କ ଆଖରେ ଲୁହ ଆଣି ଦେଇଥିଲା । ଏହାସହ ଏହି ସିନ୍ ମଧ୍ୟ ଏକ୍ସରେ ବେଶ ଭାଇରାଲ ହୋଇଥିଲା । କୁମ୍ଭକର୍ଣ୍ଣ ମହାଜ୍ଞାନୀ ରହିଥିବାବେଳେ ତାଙ୍କର ଜ୍ବଳନ୍ତ ଅଭିନୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା । କାରଣ କୁମ୍ଭକର୍ଣ୍ଣ ବଧ ସିନରେ ପ୍ଲାଷ୍ଟର ଅଫ୍ ପ୍ୟାରିସର ବ୍ୟବହାର କରାଯାଇଥିଲା । ରାମ ଯେତେବେଳେ ତୀର ମାରୁଥିଲେ ଶରୀରର ଗୋଟିଏ ଗୋଟିଏ ଅଙ୍ଗ ତଳେ ପଡ଼ୁଥିଲା ।