ନୂଆଦିଲ୍ଲୀ,୦୭/୦୪; 'ଅମରାବତୀ' ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଏହି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀକୁ ନେଇ ଦୀର୍ଘ ଦିନ ଧରି ରହିଥିବା ସସପେନ୍ସ ଶେଷରେ ଶେଷ ହୋଇଛି । ଏବେ ଏହା ନିଶ୍ଚିତ ହୋଇଛି ଯେ, ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ ହେବ ।
ଅମରାବତୀକୁ ଆନ୍ଧ୍ର ପ୍ରଦେଶର ସ୍ଥାୟୀ ରାଜଧାନୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ସେମାନଙ୍କର ସରକାରୀ X ହ୍ୟାଣ୍ଡେଲରେ ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ବିଜ୍ଞପ୍ତି ସେୟାର କରି ଲେଖିଛନ୍ତି, "ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀ ।'' ସଂସଦର ସମ୍ପ୍ରତି ବଜେଟ ଅଧିବେଶନ ସମୟରେ, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ (ସଂଶୋଧନ) ବିଲ୍, ୨୦୨୬, ଉଭୟ ଗୃହରେ ବହୁମତରେ ଗୃହୀତ ହୋଇଥିଲା । ଏବେ ଏହାରୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି ।
'ରାଜଧାନୀର ପୁରୁଣା ସ୍ୱପ୍ନ ସତ ହୋଇଛି'- ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ଲେଖିଛନ୍ତି, "ଆନ୍ଧ୍ରପ୍ରଦେଶର ଲୋକଙ୍କ ପକ୍ଷରୁ, ମୁଁ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ଆଇନ, ୨୦୨୬କୁ ଅନୁମୋଦନ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହା ଆମର ରାଜଧାନୀ ପାଇବାର ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିଛି । ମୁଁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସେମାନଙ୍କର ପ୍ରତିଶ୍ରୁତି ପାଳନ କରିବା ଏବଂ ଆମ ରାଜ୍ୟକୁ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ମଧ୍ୟ କୃତଜ୍ଞତା ଜଣାଉଛି ।"
ଏହା ବି ପଢନ୍ତୁ...ବିବାହ କଲେ ମହାକୁମ୍ଭର ଆଇଆଇଟି ବାବା ଅଭୟ ସିଂହ; ଖୋଲିବେ ଶ୍ରୀ ୟୁନିଭର୍ସିଟି, ପରମ୍ପରାକୁ ମିଳିବ ମଞ୍ଚ
The capital of Andhra Pradesh is Amaravati.
— N Chandrababu Naidu (@ncbn) April 7, 2026
#APThanksIndia#APThanksModiJi #HistoricAmaravatiResolution pic.twitter.com/W4TocOw8nQ
ଅମରାବତୀର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ- ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପି-ଏନଡିଏ ସରକାରଙ୍କ ଏହି ପଦକ୍ଷେପକୁ ଅମରାବତୀର ଭବିଷ୍ୟତ ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି । ଯେତେବେଳେ ଆନ୍ଧ୍ର ପ୍ରଦେଶ ବିଭାଜିତ ହୋଇଥିଲା, ଚନ୍ଦ୍ରବାବୁ ନାଇଡୁ ଏହାକୁ ରାଜ୍ୟର ନୂତନ ପ୍ରଶାସନିକ ଏବଂ ରାଜନୈତିକ କେନ୍ଦ୍ର କରିବାକୁ ଯୋଜନା କରିଥିଲେ । ଏବେ ଏହା ସ୍ପଷ୍ଟ ଯେ, ରାଜ୍ୟର କେବଳ ଗୋଟିଏ ରାଜଧାନୀ ରହିବ, ଏବଂ ତାହା ଅମରାବତୀ ହେବ । ଏହି ନିଷ୍ପତ୍ତିକୁ ପ୍ରଶାସନିକ ସ୍ପଷ୍ଟତା ଏବଂ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି ।