ନୂଆଦିଲ୍ଲୀ: ଆମଜନ୍ର ଏକାଧିକ ଅନଲାଇନ୍ ସେବା ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଆମେରିକୀୟ ଉପଭୋକ୍ତା ସୋମବାର ଏନେଇ ଅଭିଯୋଗ କରିଛନ୍ତି । ଆମାଜନ ଡଟ୍ କମ୍, ପ୍ରାଇମ ଭିଡିଓ ଏବଂ ଆଲେକ୍ସା ସମେତ ଅନ୍ୟାନ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ଲୋକେ । ଡାଉନ ଡିଟେକ୍ଟର ରିପୋର୍ଟରୁ ଆମାଜନ୍ରେ ଉପୁଜିଥିବା ସମସ୍ୟା ସଂପର୍କରେ ଜଣାପଡ଼ିଛି ।
ସେପଟେ ଆମାଜନ୍ ଓ୍ବେବ ସର୍ଭିସେସ୍ ମଧ୍ୟ ଏହା ସ୍ପଷ୍ଟ କରିଛି । US-EAST-1 ଅଞ୍ଚଳରେ ଅନେକ ସେବା ବାଧାପ୍ରାପ୍ତ ହୋଇଛି ଏବଂ ଏଥିରେ ତ୍ରୁଟି ଥିବା ନେଇ ଜଣାପଡ଼ିଛି । ହଜାର ହଜାର ଓ୍ବେବସାଇଟ୍ ଏବଂ ଆପ୍ ଉପରେ ଯାନ୍ତ୍ରିକ ତ୍ରୁଟିର ପ୍ରଭାବ ପଡ଼ିଛି ।
ଆମାଜନ୍ର କ୍ଲାଉଡ୍ ସର୍ଭିସରେ ତ୍ରୁଟିର ପ୍ରଭାବ, ରବିନହୁଡ୍, ସ୍ନାପଚାଟ୍, ପରପ୍ଲେକ୍ସିଟି ଏବଂ ପେପାଲ୍ର ଭେନମୋ ଉପରେ ପଡ଼ିଛି । ଏହି ସବୁ ଅନଲାଇନ୍ ପ୍ଲାଟଫର୍ମରେ ସମସ୍ୟା ନେଇ ନିଜ ନିଜର ୟୁଜର୍ସଙ୍କୁ ଅବଗତ କରାଇଛନ୍ତି ।
ଏଆଇ ଚାଟବଟ୍ ପରପ୍ଲେକ୍ସିଟି ସିଇଓ ଅରବିନ୍ଦ ଶ୍ରୀନିବାସ କହିଛନ୍ତି ଯେ, ଏହବ୍ଲୁଏସ୍ ସର୍ଭର ସମସ୍ୟା ଯୋଗୁ ଏହି ବିଭ୍ରାଟ ଘଟିଛି। ସେ ଟ୍ୱିଟରରେ ଲେଖିଛନ୍ତି, ‘ବର୍ତ୍ତମାନ ପରପ୍ଲେକ୍ସିଟି ଡାଉନ ଅଛି। ଏହାର ମୁଖ୍ୟ କାରଣ ହେଉଛି AWSରେ ସମସ୍ୟା। ଆମେ ସମସ୍ୟାର ଶୀଘ୍ର ସମାଧାନ ପାଇଁ କାମ କରୁଛୁ।’