ହରଭଙ୍ଗା, ୧୫।୩ : ବୌଦ୍ଧ ଜିଲ୍ଲା ଉପାନ୍ତ ଇଲାକାର ଗମନା ଗମନ ସୁଗମ ପାଇଁ ଚଳିତ ବର୍ଷ କୁସଙ୍ଗ -ଵାଣିଗୋଚ୍ଛା ପୂର୍ତ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କ୍ଷିପ୍ର ଗତିରେ ଚାଲିଥିବା ବେଳେ ଠିକା ସଂସ୍ଥା ର ମନମାନି ଯୋଗଁ ଯାତ୍ରୀ ସହିତ ଆମ୍ବୁଲାନ୍ସ ରାସ୍ତାରେ ଫସିଥିବା ଦେଖାଦେଇଛି l ବୌଦ୍ଧ ଜିଲ୍ଲା ସୀମାନ୍ତ ତଳଗାଁ ପଞ୍ଚାୟତ ଗଣ୍ଡପାଜୁ ଠାରୁ ନୟାଗଡ ସୀମାନ୍ତ ଵାଣିଗୋଚ୍ଛା ଅଞ୍ଚଳ ରେ ଘଡଘଡି ସହିତ ବର୍ଷା ହୋଇଥିଲା l ଫଳରେ ଗଣ୍ଡପାଜୁ ଠାରୁ ଵାଣିଗୋଚ୍ଛା ପ୍ରାୟ ୪କିଲୋମିଟର ରାସ୍ତା ଠିକା କମ୍ପାନୀ କେବଳ ମୋରୁମ ବିଛାଇ ଥିବାରୁ ବର୍ଷାରେ କାଦୁଅ ଯୋଗୁଁ ଆମ୍ବୁଲାନ୍ସ ସହିତ, ବସ ଓ ସାଇକେଲ, ବାଇକ ରି ଅଟକି ରହିଥିବା ଜଣା ପଡିଛି l ଉକ୍ତ ରାସ୍ତାରେ ମୋରୁମ ପରେ ଆଉ ଡଷ୍ଟ ଗୁଣ୍ଡ ପଡ଼ିନଥିବାରୁ ବର୍ଷlରେ ସାଧାରଣ ଜନତା ହନ୍ତସନ୍ତ ହୋଇଥିବା ଅଭିଯୋଗ ହୋଇଛି।