ନୂଆଦିଲ୍ଲୀ,୩୧।୫: ଆମେରିକାରେ ଏକ ଯାତ୍ରୀ ବିମାନ ଭିତରେ ସେତେବେଳେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା, ଯେତେବେଳେ ଜଣେ ବ୍ୟକ୍ତି କଥିତ ଭାବରେ କକପିଟ୍‌ରେ ପଶିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ୟୁନାଇଟେଡ୍ ଏୟାରଲାଇନ୍ସର ସେହି ବିମାନରେ ଘଟିଥିଲା, ଯାହା ଚିକାଗୋରୁ ମିନିୟାପୋଳିସ ଯାଉଥିଲା। ସୁରକ୍ଷା ଚିନ୍ତା କାରଣରୁ ବିମାନକୁ ମଝି ରାସ୍ତାରେ ୱିସ୍କନସିନ୍ ମ୍ୟାଡିସନ୍ ଏୟାରପୋର୍ଟର ଅବତରଣ କରାଯାଇଥିଲା।

ରିପୋର୍ଟ ଅନୁସାରେ, ବୋଇଂ ୭୩୭ ବିମାନ ଶୁକ୍ରବାର ରାତିରେ ଚିକାଗୋର ଓ'ହେର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା। ବିମାନରେ ୧୪୭ ଯାତ୍ରୀ ଓ ୬ କ୍ରୁ ସଦସ୍ୟ ଥିଲେ। ଉଡାଣ ବେଳେ ଜଣେ ଯାତ୍ରୀଙ୍କ ବ୍ୟବହାର କ୍ରୁ ମେମ୍ବର ଓ ଯାତ୍ରୀଙ୍କ ଚିନ୍ତା ବଢାଇ ଦେଇଥିଲା। ଏୟାର ଟ୍ରାଫିକ୍ କନଟ୍ରୋଲର ଅଡିଓ ରେକର୍ଡିଂ ଅନୁସାରେ, ବିମାନର ପାଇଲଟ୍ କନଟ୍ରୋଲ ରୁମକୁ କହି ବିମାନର ପାଇଲଟ୍ କନଟ୍ରୋଲ ରୁମକୁ ସୂଚନା ଦେଇଥିଲେ ଯେ ବିମାନରେ ଥିବା ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଜଣେ ‘ଉପଦ୍ରବୀ ଯାତ୍ରୀ’ଙ୍କୁ ଅଟକ ରଖିଛନ୍ତି। ପରେ ବିମାନଟି ମ୍ୟାଡିସନ ସ୍ଥିତ ଡେନ୍ କାଉଣ୍ଟି ଆଞ୍ଚଳିକ ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ ସ୍ଥାନୀୟ ପୋଲିସ ଏବଂ ଫେଡେରାଲ୍ ଏଜେନ୍ସିଗୁଡ଼ିକର ଟିମ୍ ପୂର୍ବରୁ ଉପସ୍ଥିତ ଥିଲେ।

ବିମାନ କର୍ମଚାରୀମାନେ ଜରୁରୀକାଳୀନ ଟ୍ରାନ୍ସପଣ୍ଡର୍ କୋଡ୍ "7500 ସକ୍ରିୟ କରିବା ପରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇଗଲା। ଏହି କୋଡ୍ ସାଧାରଣତଃ ବିମାନ ଚଳାଚଳରେ ସମ୍ଭାବ୍ୟ ଅପହରଣ କିମ୍ବା ବିମାନରେ ବେଆଇନ ହସ୍ତକ୍ଷେପର ସଙ୍କେତ ଦେବା ପାଇଁ ବ୍ୟବହୃତ ହୁଏ। ଘଟଣା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁ ପ୍ରକାଶିତ ଏକ ଅଡିଓ କ୍ଲିପରେ, ଜଣେ କ୍ରୁ ସଦସ୍ୟଙ୍କୁ କହୁଥିବା ଶୁଣାଯାଇଛି ଯେ ସନ୍ଦିଗ୍ଧ ଯାତ୍ରୀ ଜଣକ ଅନେକ ଥର କକପିଟ୍ ଭିତରକୁ ପହଞ୍ଚିବାକୁ ଚେଷ୍ଟା କରିଥିଲେ। କ୍ରୁ ସଦସ୍ୟ କହିଛନ୍ତି, ମୁଁ ଭାବୁନାହିଁ ଯେ ତାଙ୍କୁ ହାତକଡ଼ି ଲଗାଯାଇଥିଲା, କିନ୍ତୁ ଅନେକ ଚେଷ୍ଟା ପରେ ତାକୁ କାବୁ କରାଯାଇଥିଲା କରାଯାଇଥିଲା। ସେ ବାରମ୍ବାର କକପିଟ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା।’

ଏହି ଘଟଣାରେ ଏଫବିଆଇ ଏବଂ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜଣେ ଏଫବିଆଇ ମୁଖପାତ୍ର ସୁନିଶ୍ଚିତ କରିଛନ୍ତି ଯେ ବିମାନଟି ଅନ୍ୟତ୍ର ସ୍ଥାନାନ୍ତରିତ ହେବା ପରେ ଏଜେନ୍ସି ଟିମ୍ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ବିମାନବନ୍ଦରରେ ପହଞ୍ଚିଥିଲେ। ଯାତ୍ରୀ ଜଣକୁ କଷ୍ଟଡିରେ ନିଆଯାଇଥିଲା ଏବଂ ବିମାନକୁ ଆଗକୁ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ଏହା ଆଶ୍ୱସ୍ତିର ବିଷୟ ଯେ, ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନାହାଁନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯିବା ପରେ, ବିମାନଟି ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲା ଏବଂ ଶନିବାର ସକାଳେ ସୁରକ୍ଷିତ ଭାବରେ ମିନିଆପୋଲିସରେ ପହଞ୍ଚିଥିଲା।