ନୂଆଦିଲ୍ଲୀ,୧୧/୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନାଗରିକତା ପାଇବା ପାଇଁ ନୂଆ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି । ଯାହାର ମୂଲ୍ୟ ୧ ମିଲିଅନ୍ ଡଲାର୍ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ୮ କୋଟି ୯୭ ଲକ୍ଷ ଟଙ୍କା ଦେଲେ ମିଳିବ ଆମେରିକାର ନାଗରିକତ୍ବ । ଟ୍ରମ୍ପ ବୁଧବାର ଆମେରିକା ସମୟ ହ୍ୱାଇଟ୍ ହାଉସରେ ବ୍ୟବସାୟ ନେତାଙ୍କ ଉପସ୍ଥିତିରେ ଏହି ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି। ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି। କାର୍ଡର ଶୁଭାରମ୍ଭ କରି ଟ୍ରମ୍ପ କହିଛନ୍ତି ଯେ, ଏହା "କିଛି ପରିମାଣରେ ଗ୍ରୀନ୍ କାର୍ଡ ପରି, କିନ୍ତୁ ଗ୍ରୀନ୍ କାର୍ଡ ଅପେକ୍ଷା ଅନେକ ସୁବିଧା ରହିଛି।"
ସେହିପରି କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ପରେ ଏବେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍ଲାଇନ୍ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ କାର୍ଡ । ଏଥିରୁ ଯେଉଁ ରାଶି ମିଳିବ ତାହା ୟୁନାଇଟେଡ୍ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ଟ୍ରେଜେରୀକୁ କୋଟି କୋଟି ଟଙ୍କା ଆସିବ ।
ସେ ଆହୁରି ମଧ୍ୟ କହିଛନ୍ତି, କମ୍ପାନୀଗୁଡ଼ିକ ଯେ କୌଣସି ପ୍ରତିଷ୍ଠାନକୁ ଯାଇ ଏକ କାର୍ଡ କିଣିପାରିବେ ଏବଂ ସେହି ବ୍ୟକ୍ତିଙ୍କୁ ଆମେରିକାରେ ରଖିପାରିବେ... ଆମ ଦେଶକୁ ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଆଣିବା ଏକ ଉପହାର। ମୁଁ ଜାଣିଛି ଆପଲ୍ ବହୁତ ଖୁସି ହେବ। ଟିମ୍ କୁକ୍ ଏ ବିଷୟରେ ମୋ ସହିତ ସବୁଠାରୁ ଅଧିକ କଥା ହୋଇଛନ୍ତି।