• ମାଦୁରୋଙ୍କୁ ଘରୁ ଉଠାଇ ନେଇଥିଲା ଆମେରିକା
  • ଦ୍ୱିତୀୟ ପର୍ଯ୍ୟାୟର ହମଲା କରିବାକୁ ପ୍ରସ୍ତୁତ ଥିଲା
  • ଆକ୍ରମଣକୁ ରୋକି ଦେଇ ଥିଲେ ଟ୍ରମ୍ପ
  • ନୂଆ ପ୍ରଶାସନ ଆମେରିକା ସହ ରହିଛି

ନୂଆଦିଲ୍ଲୀ : ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଉଠାଇ ନେବା ପାଇଁ ସର୍ବ ପ୍ରଥମେ ଆମେରିକା ସେଠାର ରାଜଧାନୀ କରାକାସ ଉପରେ କରିଥିବା ହମଲା। ଏହି ହମଲାରେ ରାଜଧାନୀ ଧମାକାରେ କମ୍ପି ଉଠି ଥିଲା। ଏବେ ଆମେରିକୀୟ ରାଷ୍ଟ୍ରପତି ଖୁଲାସା କରିଛନ୍ତି ଯେ, ମାଦୁରୋଙ୍କୁ ଘରୁ ଉଠାଇ ନେବା ପରେ ଆମେରିକୀୟ ସେନା ଭେନେଜୁଏଲା ଉପରେ ଦ୍ୱିତୀୟ ପର୍ଯ୍ୟାୟର ହମଲା କରିବାକୁ ପ୍ରସ୍ତୁତ ଥିଲା। କିନ୍ତୁ ସେ ଏହି ହମଲାକୁ ରୋକି ଦେଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ :  ରୁଷ୍‌ର ‘ଓରେଶ୍ନିକ’ ମିସାଇଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା : ୟୁକ୍ରେନ ଉପରେ କରିଛି ହମଲା

ଟ୍ରମ୍ପଙ୍କ ଅନୁସାରେ, ଉକ୍ତ ଆକ୍ରମଣକୁ ରୋକି ଦିଆ ଯାଇଛି, କାରଣ ଭେନେଜୁଏଲାର ନୂଆ ପ୍ରଶାସନ ଆମେରିକା ସହ ମିଶି କାମ କରିବାକୁ ସଙ୍କେତ ଦେଉଛନ୍ତି, ସେ ନିକଟରେ ଅନେକ ରାଜନୈତିକ କଏଦୀଙ୍କୁ ମୁକ୍ତ କରିଛନ୍ତି।

ସୋସିଆଲ ମିଡ଼ିଆ ସାଇଟ୍ ଟ୍ରୁଥ୍ ସୋସିଆଲରେ ନିଜର କଥାକୁ ଦର୍ଶାଇ ଟ୍ରମ୍ପ ଆଗାମୀ ଦିନରେ ଭେନେଜୁଏଲା ସହ ପାର୍ଟନରସିପ୍ ପାଇଁ ମଧ୍ୟ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା ଓ ଭେନେଜୁଏଲା ମିଶି ସେଠାରେ ତେଲ ଓ ଗ୍ୟାସର ଭିତ୍ତିଭୂମିର ବିକାଶ ପାଇଁ କାମ କରୁଛନ୍ତି। ସେ କହିଛନ୍ତି , ଭେନେଜୁଏଲା ଶାନ୍ତିର ତଲାସର ସଙ୍କେତ ସ୍ୱରୂପ ବହୁ ସଂଖ୍ୟାରେ ରାଜନୀତିକ କଏଦୀଙ୍କୁ ମୁକ୍ତ କରୁଛି। ଏହା ଏକ ବହୁତ ହିଁ ଗୁରୁତ୍ତ୍ୱପୂର୍ଣ୍ଣ ଓ ବିଚାରପୂର୍ଣ୍ଣ ପଦକ୍ଷେପ।

ସେ ଆହୁରି କହିଛନ୍ତି –ଭେନେଜୁଏଲାର ନୂଆ ପ୍ରଶାସନ ଆମେରିକାର ସହାୟତା କରୁଛି। ବିଶେଷ ରୂପେ ନିଜର ତେଲ ଓ ଗ୍ୟାସର ମୌଳିକ ଢାଞ୍ଚାର ପୁନନିର୍ମାଣର ସମ୍ୱନ୍ଧରେ ଦୁଇ ଦେଶ ମିଳି ଭଲ କାମ କରୁଛନ୍ତି , ଯାହା ପୂର୍ବରୁ ଆହୁରି ଅଧିକ ବଡ଼, ଉନ୍ନତ ଓ ଆଧୁନିକ। ଏହି ସହଯୋଗର କାରଣ ମୁଁ ଆକ୍ରମଣର ଦ୍ୱିତୀୟ ଲହରକୁ ବାତିଲ କରିଦେଇଛି, ଯାହାର ଆବଶ୍ୟକତା ପ୍ରତୀତ ହୋଇ ନାହିଁ। ହେଲେ ସୁରକ୍ଷା କାରଣରୁ ସବୁ ଜାହାଜ ନିଜ ସ୍ଥାନରେ ହିଁ ରହିବେ।